www.samajalive.in
Monday, December 8, 2025
17.1 C
Bhubaneswar

କେବେ ସରିବ ଅପରେସନ ଅଲ୍‍ ଆଉଟ୍‍: ଘାଟିରେ ସକ୍ରିୟ ଅଛନ୍ତି ୩୦୦ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଜୋର ଧରିଥିବା ବେଳେ ସେନା ପକ୍ଷରୁ ୨ମାସରୁ ଅଧିକ ସମୟ ଧରି ଅପରେସନ ଅଲଆଉଟ୍‍ ଚାଲିଛି । ଅପରପକ୍ଷରେ ସେନାକୁ ମିଳିଥିବା ସୂଚନା ଅନୁଯାୟୀ ସୀମାନ୍ତ ଘାଟିରେ ୩୦୦ରୁ ଅଧିକ ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ ସକ୍ରିୟ ରହିଥିବା ବେଳେ ୨୫୦ରୁ ଅଧିକ ଆତଙ୍କବାଦୀ ସୀମାରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ପାକିସ୍ତାନରେ ସରକାର ବଦଳିଲେ ମଧ୍ୟ ସୀମାନ୍ତରେ ଅନୁପ୍ରବେଶକାରୀଙ୍କ ସଂଖ୍ୟାରେ କୌଣସି ପାର୍ଥକ୍ୟ ଦେଖାଯାଉ ନାହିଁ ।
ଏଠାରେ ସୂଚନା ଯୋଗ୍ୟ ସେନା ପକ୍ଷରୁ କାଶ୍ମୀରରେ ଅପରେସନ ଅଲ୍‍ଆଉଟକୁ ସଫଳ କରିବାକୁ ବ୍ଲୁପ୍ରିଣ୍ଟ ତିଆରି ହୋଇଥିଲା । ଏଥି ନିମନ୍ତେ କାଶ୍ମୀର ମଧ୍ୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେନା ଅଦ୍ୟାବଧି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିବା ବେଳେ ଆହୁରି ୩୦୦ ଆତଙ୍କବାଦୀ କାଶ୍ମୀରରେ ସକ୍ରିୟ ରହିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories