www.samajalive.in
Friday, December 5, 2025
23.1 C
Bhubaneswar

ଟେଲିଫୋନ୍‍ ଏକ୍ସଚେଞ୍ଚ ଦୁର୍ନୀତି ମାମଲା: ଶୁଣାଣିର ସମ୍ମୁଖୀନ ହେବେ ମାରାନ୍‍

ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍‍ (ବିଏସ୍‍ଏନ୍‍ଏଲ୍‍) ଟେଲିଫୋନ ଏକ୍ସଚେଞ୍ଚ ଦୁର୍ନୀତି ମାମଲାରେ ଶୁଣାଣିର ସମ୍ମୁଖୀନ ହେବାକୁ ପୁର୍ବତନ କେନ୍ଦ୍ର ଯୋଗାଯୋଗ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଦୟାନିଧି ମାରାନଙ୍କୁ ସୁପ୍ରିମକୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି। ଏଥିସହ ମାଡ୍ରାସ୍‍ ହାଇକୋର୍ଟଙ୍କ ନିର୍ଦେଶ ବିରୋଧରେ ମାରାନ୍‍ କରିଥିବା ଏକ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, ନିଜ ଭାଇଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଲାଗି ଟେଲିଫୋନ୍‍ ବ୍ୟବହାର କରିଥିବା ନେଇ ମାରାନ୍‍ଙ୍କ ବିରୋଧରେ ଅଭିଯୋଗ ରହିଛି। ଏଣୁ ତାଙ୍କୁ ଶୁଣାଣିର ସମ୍ମୁଖୀନ ହେବାକୁ ପଡିବ। ଉଲ୍ଲେଖ ଯେ, ୨୦୦୪ରୁ ୨୦୦୭ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ମାରାନ୍‍ ତାଙ୍କ କ୍ଷମତା ବଳରେ ନିଜ ଭାଇଙ୍କ ବ୍ୟବସାୟିକ ପ୍ରତିଷ୍ଠାନରେ ବେଆଇନ ଭାବେ ଟେଲିଫୋନ୍‍ ବ୍ୟବହାରର ଅନୁମତି ଦେଇଥିଲେ, ଯଦ୍ଦ୍ୱାରା ୧.୭୮ କୋଟି ଟଙ୍କାର ରାଜସ୍ୱ ହାନୀ ହୋଇଥିଲା ବୋଲି ୨୦୧୩ରେ ସିବିଆଇ ଦର୍ଶାଇଥିଲା। ଏ ନେଇ ୨୦୧୬ ଡିସେମ୍ବର ୯ରେ ସିବିଆଇ ପକ୍ଷରୁ ଅଭିଯୋଗ ଫର୍ଦ ଦାଖଲ ହୋଇଥିଲା। ଏହି ମାମଲାରେ ମାରାନ୍‍ ଓ ତାଙ୍କ ଭାଇ କଳାନିଧି ମାରାନଙ୍କ ସମେତ ୫ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତକାରୀମାନେ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି ବୋଲି ଦର୍ଶାଇ ୨୦୧୮ ମାର୍ଚ୍ଚରେ ଏକ ତଳକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଥିଲେ। ଏହାର ତିନି ମାସ ପରେ ସିବିଆଇ ଏହା ବିରୋଧରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲା। କିନ୍ତୁ ହାଇକୋର୍ଟ ଜୁଲାଇ ୨୫ରେ ତଳକୋର୍ଟଙ୍କ ରାୟକୁ ରଦ୍ଦ କରିବା ସହିତ ଉଭୟ ଭାଇଙ୍କ ବିରୋଧରେ ୧୨ ସପ୍ତାହ ମଧ୍ୟରେ ଚାର୍ଜଫ୍ରେମ୍‍ କରିବାକୁ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ବିରୋଧରେ ମାରାନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories