www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଧାନମନ୍ତ୍ରୀ ପଦ ପାଇଁ କେସିଆରଙ୍କ ମହାଯଜ୍ଞ

ହାଇଦରାବାଦ : ସଙ୍ଘୀୟ ସାମୁଖ୍ୟ ଗଠନ ପୂର୍ବକ ରାଷ୍ଟ୍ରୀୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଯୋଜନାରେ ଥିବା ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଦୃଷ୍ଟି ଯେ ପ୍ରଧାନମନ୍ତ୍ରୀ ପଦ ଉପରେ ରହିଛି ସେଥିନେଇ ଦ୍ବିମତ ନାହିଁ। ତେବେ ନିଜର ଅଭିଳାସ ପୂରଣ ଲାଗି ଯତପରୋନାସ୍ତି ଉଦ୍ୟମ ଚଳାଇଛନ୍ତି କେସିଆର। ଏଥିନେଇ ସର୍ବପ୍ରଥମେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ବାରା ଆହୁତ ସମସ୍ତ ବିରୋଧୀ ଦଳର ମହାରାଲିଠାରୁ ନିଜକୁ ଦୂରେଇ ରଖିଛନ୍ତି। ଅନ୍ୟପଟେ ସେ ୫ ଦିନିଆ ‘ରାଜଯଜ୍ଞ’ର ଆୟୋଜନ କରିଛନ୍ତି। ସୂଚନାନୁସାରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଯଜ୍ଞ ସମ୍ପାଦନ କରିବା ନିମନ୍ତେ ଉତ୍ତରପ୍ରଦେଶର ବାରଣାସୀରୁ ଆମନ୍ତ୍ରଣ କରାଯାଇଛି ପୁରୁଖା ପଣ୍ଡିତମାନଙ୍କୁ। ଉଦ୍ଦେଶ୍ୟ; ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ଈଶ୍ବରଙ୍କ ଆଶୀର୍ବାଦ ଲାଭ କରିବା। ଏହିକ୍ରମରେ ସିଦ୍ଦିପେଟସ୍ଥିତ ୟେରାବଲିଠାରେ କେସିଆରଙ୍କ ପୈତୃକ ବାସଭବନରେ ସହସ୍ର ଚଣ୍ଡୀ ମହାଯଜ୍ଞ, ରୁଦ୍ର ମହାଯଜ୍ଞ ଓ ମା’ ଚଣ୍ଡୀଙ୍କ ପାଇଁ ଚତୁର୍ବେଦ ମହାଯଜ୍ଞର ଆୟୋଜନ କରାଯାଇଥିବା ସୂଚନା ମିଳିଛି। ବାରଣାସୀର ଜଣେ ମୁଖ୍ୟ ପୂଜକଙ୍କ ସୂଚନାନୁସାରେ ଏହି ଯଜ୍ଞ ଦ୍ବାରା କେସିଆରଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ ଏବଂ ତାଙ୍କ ବିରୋଧୀମାନଙ୍କ ମନ ପରିବର୍ତ୍ତନ ହେବ। ଏଥିସହ ଆଗାମୀ ସାଧାରଣ ନିର୍ବାଚନରେ କେସିଆରଙ୍କ ପାଇଁ ସଫଳତାର ପଥ ଉନ୍ମୁକ୍ତ ହେବ। ସୋମବାର ଠାରୁ ଏହି ଯଜ୍ଞ ଆରମ୍ଭ ହୋଇଥିବା କୁହାଯାଉଛି। ତେଲଙ୍ଗାନାର ୩୩ ଜଣ ପ୍ରମୁଖ ପୂଜକଙ୍କ ସମେତ ମୋଟ ୨୦୦ରୁ ଊର୍ଦ୍ଧ୍ବ ପୂଜାରୀ ଏହି ଯଜ୍ଞ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କେସିଆର ସମସ୍ତ ପୂଜାରୀଙ୍କ ସମ୍ମୁଖରେ ଏକ ସଂକଳ୍ପ ନେବାର କାର୍ଯ୍ୟକ୍ରମ ରହିଛି। ଯଜ୍ଞର ପଞ୍ଚମ ଦିନରେ ତାଙ୍କ ପତ୍ନୀ ମଧ୍ୟ ପୂଜାରେ ସାମିଲ ହେବେ। କେସିଆର ଏଭଳି ଯଜ୍ଞ ସମ୍ପାଦନ କରିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସେ ‘ଚଣ୍ଡୀ ମହାଯଜ୍ଞ’ କରାଇଥିଲେ। ଏହାଦ୍ବାରା ରାଜ୍ୟରେ ତାଙ୍କ ସରକାର ସଫଳତାର ସହିତ ସାଢେ ଚାରିବର୍ଷ କାର୍ଯ୍ୟ କରିବାର ପରେ ପୁନଃ କ୍ଷମତାକୁ ଫେରିଥିବା ତାଙ୍କ ସମର୍ଥକ ବିଶ୍ବାସ ପ୍ରକାଶ କରିଛନ୍ତି। ସମ୍ପ୍ରତି ଆୟୋଜିତ ଯଜ୍ଞ ଦ୍ବାରା ଦେବୀ ପ୍ରସନ୍ନ ହେଲେ କେସିଆର ନିଶ୍ଚିତ ପ୍ରଧାନମନ୍ତ୍ରୀ ହେବେ ବୋଲି ମତ ଦେଇଛନ୍ତି ବାରାଣାସୀର ‘ମାଣିକ୍ୟ ସାମ୍ୟାଜୁଲୁ’ ସଂଗଠନ। ଏହାର ମୁଖ୍ୟ ପୂଜକଙ୍କୁ କେସିଆରଙ୍କ ଯଜ୍ଞ ପାଇଁ ଆମନ୍ତ୍ରଣ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories