www.samajalive.in
Monday, December 8, 2025
24.1 C
Bhubaneswar

ମେଘାଳୟରେ ଦେଶର ସବୁଠାରୁ ସ୍ୱଚ୍ଛ ନଦୀ ଉମନଗୋତ, ଡଙ୍ଗା ଏଠି କାଚ ଉପରେ ଭାସିବା ପରି ଲାଗେ

ଶିଲୋଂ : ମେଘାଳୟର ଉମନଗୋତ ନଦୀକୁ ଦେଶର ସବୁଠାରୁ ସ୍ୱଚ୍ଛ ନଦୀର ମାନ୍ୟତା ମିଳିଛି। ଏଠାରେ ପାଣି କାଚକେନ୍ଦୁ ପରି ସଫା। ଡଙ୍ଗା ଏହି ନଦୀରେ ଦର୍ପଣ ବା କାଚ ଉପରେ ଭାସିବା ପରେ ଲାଗେ। ଏହି ନଦୀ ଶିଲୋଂଠାରୁ ୮୫ କିଲୋମିଟର ଦୂର ଭାରତ-ବାଂଲାଦେଶ ସୀମା ନିକଟ ପୂର୍ବ ଜୟାଂନ୍ତିଆ ଜିଲାରୁ ବାହାରିଛି। ଲୋକେ ଏହି ସ୍ଥାନକୁ ପାହାଡରେ ଲୁଚି ରହିଥିବା ସ୍ୱର୍ଗ ବୋଲି କହିଥାନ୍ତି। ଏହି ନଦୀର ଜଳ ଏତେ ସ୍ୱଚ୍ଛ ହେବାର ଶ୍ରେୟ ଏଠାରେ ବାସ କରୁଥିବା ଖାସ୍‍ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଚାଲିଆସୁଥିବା ସମ୍ପ୍ରଦାୟକୁ ଦିଆଯାଏ। ସଫାଇ ସେମାନଙ୍କ ସଂସ୍କାରରେ ରହିଛି। ବୃଦ୍ଧମାନେ ସ୍ୱଚ୍ଛତାକୁ ପରଖିଥାନ୍ତି। ଉମନଗୋତ ନଦୀ ୩ଟି ଗ୍ରାମ ଯଥାକ୍ରମେ ଦାଭକୀ, ଦାରଙ୍ଗ ଏବଂ ଶୋନାଗ୍ନଡେଙ୍ଗ ଦେଇ ପ୍ରବାହିତ ହେଉଛି। ପର୍ଯ୍ୟଟକଙ୍କ ଆଗମନ ପରେ ବି ମାସରେ ଦୁଇରୁ ୪ ଦିନ ନଦୀକୁ ସଫା କରାଯାଇଥାଏ। ସେହି ଦିନ ଗ୍ରାମର ପ୍ରତ୍ୟକ ଘରୁ ଜଣେ ଲେଖାଏଁ ଲୋକ ନଦୀ ସଫା କରିବାକୁ ଆସିଥାନ୍ତି। ଅଳିଆ ଆବର୍ଜନା କରୁଥିବା ଲୋକଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ। ଏଠାକୁ ନଭେମ୍ବରୁ ଅକ୍ଟୋବର ମଧ୍ୟରେ ସର୍ବାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ବର୍ଷା ଋତୁରେ ଏଠାରେ ବୋଟିଂ ବନ୍ଦ ରହିଥାଏ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories