www.samajalive.in
Wednesday, December 10, 2025
23.1 C
Bhubaneswar

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବୁଥ୍ ବାହୁଡ଼ା ମତକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି । ଏକ୍‌ଜିଟ୍ ପୋଲ ମହାଗଠବନ୍ଧନ ବିପକ୍ଷରେ ଥିଲେ ମଧ୍ୟ ଏହାକୁ ଖାରଜ କରି ବିଜୟ ସୁନିଶ୍ଚିତ କରିଛନ୍ତି ମହାଗଠବନ୍ଧନ ମୁଖ୍ୟମନ୍ତ୍ରୀ ପ୍ରାର୍ଥି ଆର୍‌ଜେଡ଼ି ନେତା ତେଜସ୍ଵୀ ଯାଦବ ।

ତେଜସ୍ୱୀ ବୁଥ୍‌ ବାହୁଡ଼ା ମତକୁ ଖାରଜ କରିବା ସହ ପରୋକ୍ଷରେ ବିଜେପିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି , ଏଥର ସେମାନେ ଭୋଟ ଗଣତି ପ୍ରକ୍ରିୟାକୁ କୁ ଧୀର କରିବା ପାଇଁ ପ୍ରୟାସ କରିବେ । ସେମାନେ ଜିଲ୍ଲା ମୁଖ୍ୟାଳୟରେ ଭୟ ସୃଷ୍ଟି କରିବେ । ସେ କହିଛନ୍ତି , ଯେଉଁଠି ବୋମା ବିସ୍ଫୋରଣ ହେବ ସେଠାରେ କିଛି କରି ପାରିବେ ନାହିଁ , କିନ୍ତୁ ବିହାରର ସମସ୍ତ ଜିଲ୍ଲାରେ ଏକ ମିଲିଟାରି ଫ୍ଲାଗମାର୍ଚ୍ଚ କରି ଗଣତନ୍ତ୍ରକୁ ହତ୍ୟା କରିବେ । ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟିହେବ । ଗତ ନିର୍ବାଚନରେ ମହାଗଠବନ୍ଧନ ର ପରାଜୟର କାରଣ ବର୍ଣ୍ଣନା କରି କହିଛନ୍ତି,  ୨୦୨୦ ନିର୍ବାଚନରେ ​​ମଧ୍ୟ ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ କିନ୍ତୁ ଭୁଲ ରଣନୀତି ପାଇଁ ମାତ୍ର ୧୨,୦୦୦ ଭୋଟ ବ୍ୟବଧାନରେ ଆମକୁ ହାରିବାକୁ ପଡ଼ିଲା । ଏଥର ଆମେ କ୍ଲିନ ସୁଇପ୍ କରିବୁ । ମହାଗଠବନ୍ଧନ ବିପୁଳ ବିଜୟ ହାସଲ କରିବ । ଏଥର ଆଉ ଆମ ଲୋକମାନେ ଭୟଭୀତ ହେବେ ନାହିଁ । ସେମାନେ ଭୋଟ ଚୋରି ବନ୍ଦ କରିବେ, ଗଣତନ୍ତ୍ରକୁ ରକ୍ଷା କରିବେ ଏବଂ ଯାହା ବଳିଦାନ ଦେବାକୁ ଆବଶ୍ୟକ ତାହା କରିବେ ବୋଲି କହିଛନ୍ତି ତେଜସ୍ଵୀ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories