ଜ୍ୟୁରିକ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ବିମାନଟିକୁ ସୁଇଜରଲ୍ୟାଣ୍ଡର ଜ୍ୟୁରିକ ବିମାନବନ୍ଦରରେ ୩ ଘଣ୍ଟା ଅଟକିବାକୁ ପଡ଼ିଛି। ସୂଚନା ଅନୁସାରେ ଏୟାର ଇଣ୍ଡିଆର ବୋଇଂ ୭୪୭ ବିମାନ ରାଷ୍ଟ୍ରପତି କୋବିନ୍ଦଙ୍କୁ ଜ୍ୟୁରିକରୁ ସ୍ଲୋବେନିଆ ନେଇ ଯିବାର ଥିଲା। କିନ୍ତୁ ଜ୍ୟୁରିକ ବିମାନବନ୍ଦରରେ ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହା ପରେ ଏୟାର ଇଣ୍ଡିଆ ପକ୍ଷରୁ ବୋଇଂ ୭୭୭ ବିମାନକୁ ଜ୍ୟୁରିକ ପଠାଯିବା ପାଇଁ ଲଣ୍ଡନରେ ପ୍ରସ୍ତୁତ ରଖାଯାଇଥିଲା। କିନ୍ତୁ ଏୟାର ଇଣ୍ଡିଆ ଇଞ୍ଜିନିୟରମାନେ ଏହା ମଧ୍ୟରେ ଜ୍ୟୁରିକରେ ଅଟକି ରହିଥିବା ବିମାନର ମରାମତି କରିଦେଇଥିଲେ। ଫଳରେ ଉକ୍ତ ବିମାନଟି ରାଷ୍ଟ୍ରପତିଙ୍କୁ ନେଇ ସ୍ଲୋବେନିଆ ଅଭିମୁଖେ ଉଡ଼ାଣ କରିଥିଲା। ରାଷ୍ଟ୍ରପତି ବର୍ତ୍ତମାନ ଆଇସଲ୍ୟାଣ୍ଡ, ସୁଇଜରଲ୍ୟାଣ୍ଡ ଏବଂ ସ୍ଲୋବେନିଆ ଗସ୍ତରେ ଅଛନ୍ତି।
ରାଷ୍ଟ୍ରପତିଙ୍କ ବିମାନରେ ବୈଷୟିକ ତ୍ରୁଟି; ଜ୍ୟୁରିକ ବିମାନବନ୍ଦରରେ ୩ ଘଣ୍ଟା ଅଟକିଲା
Popular Categories



