www.samajalive.in
Tuesday, December 9, 2025
15.1 C
Bhubaneswar

ରିଷଭ ପନ୍ତଙ୍କୁ ଇଂଲଣ୍ଡ ଡକାଇଲା ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ: ଆଘାତ ଜନିତ ସମସ୍ୟା କାରଣରୁ ଟିମ ଇଣ୍ଡିଆ ଓପନର ଶିଖର ଧାୱନ ଆଗାମୀ କିଛି ଦିନ ପାଇଁ ବିଶ୍ଵକପ୍‌ କ୍ରିକେଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ଫ୍ରାକଚର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବିଶ୍ରାମ ଦିଆଯାଇଛି। ତେବେ ତାଙ୍କ ସ୍ଥାନରେ କିଏ ଓପନିଂ କରିବ ତାହାକୁ ନେଇ ଟିମ୍‌ ଇଣ୍ଡିଆ କିଛି ସ୍ପଷ୍ଟ ନିଷ୍ପତ୍ତି ନେଇ ନ ଥିବାବେଳେ ରିଷଭ ପନ୍ତଙ୍କୁ ଇଂଲଣ୍ଡ ଡକାଯାଇଛି। ତୁରନ୍ତ ତାଙ୍କୁ ଇଂଲଣ୍ଡରେ ପହଞ୍ଚିବାକୁ କୁହାଯାଇଥିବା ଜଣାପଡ଼ିଛି। ୧୩ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ରିଷଭ ଖେଳିବା ସମ୍ଭାବନା ନାହିଁ। ଧାୱନଙ୍କ ସ୍ଥାନରେ ମ୍ୟାନେଜମେଣ୍ଟ କେ.ଏଲ. ରାହୁଲଙ୍କୁ ନେଇପାରେ। ରୋହିତ ଶର୍ମାଙ୍କ ସହିତ ରାହୁଲ ଇନିଂସ ଆରମ୍ଭ କରିପାରନ୍ତି। ଅନ୍ୟପଟେ ରାହୁଲ ୪ନମ୍ବରରେ ବ୍ୟାଟିଂ କରୁଥିବାର ତାଙ୍କ ସ୍ଥାନରେ ଟିମ ଦିନେଶ କାର୍ତ୍ତିକ କିମ୍ବା ବିଜୟ ଶଙ୍କରଙ୍କୁ ପଠାଇପାରେ। ତେବେ ଧାୱନଙ୍କୁ ୧ ସପ୍ତାହ ପରେ ଫିଟ୍‌ନେସ ଦେବାକୁ କୁହାଯିବ। ଯଦି ସେ ବିଫଳ ହୁଅନ୍ତି ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସାମିଲ କରାଯାଇପାରେ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଧାୱନଙ୍କ ଆଙ୍ଗୁଠିରେ ଯେଉଁ ଫ୍ରାକଚର ହୋଇଛି ତାହା ଏକ ସପ୍ତାହ ମଧ୍ୟରେ ଠିକ୍‌ ହୋଇଯିବାର ସମ୍ଭାବନା ରହିଛି। ନଚେନ ୧୫ ଦିନ ସମୟ ଲାଗିବ। ତେଣୁ ବିସିସିଆଇ ତାଙ୍କ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଯଦି ଧାୱନ ସେହି ସମୟ ମଧ୍ୟରେ ଫିଟ୍‌ ହୋଇଯିବେ, ତେବେ ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବ। ଯଦି ସେ ସୁସ୍ଥ ନ ହୁଅନ୍ତି ତେବେ ପନ୍ତଙ୍କୁ ସୁଯୋଗ ମିଳିପାରେ। ଏଥିଲାଗି ପନ୍ତଙ୍କୁ ଆଗୁଆ ଇଂଲଣ୍ଡ ଡକାଯାଇଛି। ଫଳରେ ସେ ସେଠାକାର ପରିବେଶ ସହିତ ନିଜକୁ ଖାପଖୁଆଇ ପାରିବେ ଏବଂ ଦରକାର ପଡ଼ିଲେ ଟିମରେ ସାମିଲ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories