www.samajalive.in
Sunday, December 7, 2025
15.1 C
Bhubaneswar

କନିଷ୍ଠ ଶିକ୍ଷକଙ୍କ ଦରମା ବନ୍ଦ ପ୍ରତିବାଦରେ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକର କୁଞ୍ଜକୋଠୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକଙ୍କ ଦରମା ବନ୍ଦ ପ୍ରତିବାଦରେ ବୁଧବାର ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇଛି। ଏହାସହ ଏରସମା ବିଇଓ ଜୟନ୍ତ କୁମାର ରାୟଙ୍କ ଉପସ୍ଥିତିରେ କିରାଣୀ ଦୀପକ ଜେନାଙ୍କ ମନମୁଖୀ କାର୍ଯ୍ୟ ଓ ଅସହିଷ୍ଣୁ ବ୍ୟବହାର ପାଇଁ ଶିକ୍ଷକ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି।

ସୂଚନା ଅନୁଯାୟୀ, ଏରସମା ବ୍ଲକର କୁଞ୍ଜକୋଠୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଭାବେ ବୈଷ୍ଣବ ଚରଣ ବିଶ୍ୱାଳ କାର୍ଯ୍ୟ କରୁଛନ୍ତି। ଗତ ଜୁନ ୨୫ ତାରିଖରେ ବିଇଓ ଜୟନ୍ତ କୁମାର ରାୟ ଉକ୍ତ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଶିକ୍ଷକ ବୈଷ୍ଣବ ଚରଣ ବିଶ୍ୱାଳଙ୍କ ଡ୍ରେସ କୋଡକୁ ନେଇ ତାଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ କଥାର ଆପୋଶ ସମାଧାନ ହୋଇଥିଲେ ମଧ୍ୟ ଉଭୟ କିରାଣୀ ଓ ବିଇଓ ବୈଷ୍ଣବଙ୍କ ଦରମା ବନ୍ଦ କରିଥିଲେ। ଏହି ଘଟଣାକୁ ନେଇ ଆଜି କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଏହି ମନମୁଖୀ କାର୍ଯ୍ୟର ପ୍ରତିବାଦରେ ଆନ୍ଦୋଳନ କରାଯାଇଥିଲା।

- Advertisement -

ଉକ୍ତ ପ୍ରତିବାଦ ସଭାରେ କନିଷ୍ଠ ଶିକ୍ଷକ ସଂଘର ସଭାପତି ଶଙ୍କର କାଣ୍ଡି, ସମ୍ପାଦକ ଶୁଭେନ୍ଦୁ ଖଟୁଆ, ବିବେକାନନ୍ଦ ନାୟକ, ପ୍ରକାଶ ଚନ୍ଦ୍ର ଦାସ, ବିଶ୍ୱ ରଞ୍ଜନ ଖଣ୍ଡୁଆଳ, ସୁଦର୍ଶନ ସ୍ୱାଇଁ, ନବ କିଶୋର ପଣ୍ଡା, ଦେବଯାନୀ ଆଚାର୍ୟ୍ୟ, କାହ୍ନୁ ଚରଣ ଦାସ, ଶୁଭଶ୍ରୀ ମଲିକ, ବିଭୂତି ଭୂଷଣ ବେହେରା ପ୍ରମୁଖଙ୍କ ସହିତ ଅନେକ କନିଷ୍ଠ ଶିକ୍ଷକ ଯୋଗ ଦେଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories