www.samajalive.in
Monday, December 8, 2025
27.1 C
Bhubaneswar

କାର୍ଯ୍ୟରତ ଶିକ୍ଷକଙ୍କ ପରଲୋକ

ବେଗୁନିଆ: ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ଗାଡ଼ିଆ ମହାବୀର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ମିଶ୍ର (୫୯)ଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି । ସିମୋର ଗ୍ରାମର ସ୍ବର୍ଗତ ଶ୍ରୀ ମିଶ୍ର ଗତକାଲି ସନ୍ଧ୍ୟା ସମୟରେ ବିଲରେ ପକାଇଥିବା ତଳି ଦେଖିବାକୁ ଯାଇଥିଲେ । ସେଠାରେ ବିଲପାଣି ବନ୍ଧାଇବା ସମୟରେ ବିଲ ଭିତରେ ପଡିଯିବା ଯୋଗୁଁ ବାମ ପଟ କାନ ଛିଣ୍ଡି ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ସେ ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକମାନେ ତାଙ୍କୁ ଖୋଜା ଖୋଜି କରି ଶେଷରେ ବିଲ ଭିତରେ ପଡିଥିବାର ଦେଖିବାକୁ ପାଇଥିଲେ ।ପୋଲିସ ସହାୟତାରେ ସଂଗେ ସଂଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିବା ପରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ଅପରାହ୍ନ ୨ ଟାରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଗ୍ରାମ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବାବେଳେ ଏକମାତ୍ର ପୁଅ ଦେବୀପ୍ରସାଦ ମିଶ୍ର ମୁଖାଗ୍ନି ଦେଇଥିଲେ । ତାଙ୍କର ପତ୍ନୀଙ୍କ ସହିତ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ତରଫରୁ ଏବିଇଓ ଦିଲ୍ଲୀପ କୁମାର ମହାପାତ୍ର, ରାମଚନ୍ଦ୍ର ସାହୁ ଏବଂ ସିଆରସିସି ମାଗୁଣି ସାହୁଙ୍କ ସହିତ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଦାଶରଥି ବେହେରା ପ୍ରମୁଖ ତାଙ୍କ ଘରେ ପଂହଁଚି ଶିକ୍ଷକ କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାରକୁ ୫ ହଜାର ଟଙ୍କା ଦେଇ ପରିବାରକୁ ସମବେଦନା ଜଣାଇଥିବାବେଳେ ତାଙ୍କର ଶେଷ ଦର୍ଶନ କରିଥିଲେ ।ସେ ଜଣେ ଶାନ୍ତ, ସରଳ, ଭଦ୍ର, ପରୋପକାରୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ଗ୍ରାମ ତଥା ଆଖ ପାଖ ଅଂଚଳ ସହିତ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories