ନୂଆଦିଲ୍ଳୀ : ସୁଇସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳାଧନ ସଂପର୍କରେ ତଥ୍ୟ ଏଣିକି ସହଜରେ ଜଣାପଡିବ। ଯେଉଁ ଭାରତୀୟମାନଙ୍କର ସୁଇଜରଲାଣ୍ଡରେ ବ୍ୟାଙ୍କ ଖାତା ଅଛି, ରବିବାରଠାରୁ ସେମାନଙ୍କ ଜମାଖାତା ଓ କାରବାର ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ଭାରତୀୟ ଟିକସ ପ୍ରାଧିକରଣଙ୍କ ନିକଟରେ ଉପଲବ୍ଧ ହେବ। ସୁଇସ୍ ବ୍ୟାଙ୍କ ପକ୍ଷରୁ ସମସ୍ତ ତଥ୍ୟ ଭାରତକୁ ପ୍ରଦାନ କରାଯିବ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଟିକସ ବୋର୍ଡ (ସିବିଡିଟି) କ୍ରମାଗତ ଭାବେ ଟୁଇଟ୍ କରି କହିଛି ଯେ, କଳାଧନ ବିରୁଦ୍ଧରେ ଭାରତ ଚଳାଇଥିବା ସଂଗ୍ରାମ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କାରଣ ଅନେକ ଦୀର୍ଘ ଦିନ ଧରି ସୁଇସ୍ ବ୍ୟାଙ୍କରେ ଆର୍ଥିକ
କାରବାର ସମ୍ବନ୍ଧୀୟ ଗୋପନୀୟତା ଆଜି ଶେଷ ହେବାକୁ ଯାଉଛି। ସ୍ୱୟଂକ୍ରୀୟ ତଥ୍ୟ ହସ୍ତାନ୍ତର ପ୍ରକ୍ରିୟାରେ ଚଳିତବର୍ଷ ସେପ୍ଟେମ୍ବର ମାସରେ ଜମାଖାତାର ଆର୍ଥିକ କାରବାର ସମ୍ବନ୍ଧୀୟ ସୂଚନା ପ୍ରଦାନ ପାଇଁ ସୁଇଜରଲାଣ୍ଡ କର୍ତ୍ତୃପକ୍ଷ ଭାରତ ସହିତ ବୁଝାମଣା ସ୍ୱାକ୍ଷରିତ କରିଥିଲେ।

ଆଜି ପ୍ରଥମ ପର୍ଯ୍ୟାୟରେ ୨୦୧୮ ଆର୍ଥିକ ବର୍ଷରେ ଭାରତୀୟଙ୍କର ଆର୍ଥିକ କାରବାର ସମ୍ବନ୍ଧୀୟ ସମସ୍ତ ତଥ୍ୟ ଭାରତ
ସୁଇଜରଲାଣ୍ଡଠାରୁ ଗ୍ରହଣ କରିବ।



