ପାଉଁରୁଟି – ୩ ରୁ ୪ ଖଣ୍ଡ
ବଟର – ୪ ଚାମଚ
ଚିଜ୍ – ୩ ଚାମଚ
କ୍ଷୀର – ୧କପ
ଶୁଖିଲା ଲଙ୍କା ମଞ୍ଜି – ଅଳ୍ପ
ରସୁଣ ବଟା – ୨ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଅଧ ଚାମଚ
ସିମଲା ଲଙ୍କା, ବନ୍ଧା କୋବି , ପିଆଜ (କଟା ହୋଇଥିବା)
ତେଲ – ଆବଶ୍ୟକ ପରିମାଣରେ
ଅଟା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ କଡେଇ ବସାନ୍ତୁ। ଏବେ ଏଥିରେ ବଟର ପକାନ୍ତୁ। ଏଥିରେ ଅଟା ପକାଇ ଭଲ ଭାବେ ଭାଜନ୍ତୁ। ଏବେ ଏଥିରେ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟରେ କଟା ହୋଇଥିବା ପିଆଜ, ସିମଲା ଲଙ୍କା, ବନ୍ଧା କୋବି ପକାନ୍ତୁ। ଏବେ ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ୩ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ପାଉଁରୁଟିରେ ବଟର ଲଗାଇ ଏହା ଉପରେ ରସୁଣ ବଟା , ପ୍ରସ୍ତୁତ ମିଶ୍ରଣ, ଲଙ୍କା ମଞ୍ଜି, ଗୋଲମରିଚ ଗୁଣ୍ଡ, କୋରା ପନିର ପକାଇ ଏହା ଉପରେ ଆଉ ଏକ ପାଉଁରୁଟି ରଖନ୍ତୁ। ଏହାପରେ ଗ୍ୟାସରେ ତାୱା ବସାଇ ପ୍ରସ୍ତୁତ ପାଉଁରୁଟିକୁ ହାଲକା ଭାବେ ସେକି ଦିଅନ୍ତୁ।



