www.samajalive.in
Monday, December 8, 2025
17.1 C
Bhubaneswar

ଗାଜର ଛତୁ ପୁଲାଉ

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୨କପ
ପିଆଜ – ୨ଟି ( କଟା ହୋଇଥିବା )
ଗାଜର, ସିମଲା ଲଙ୍କା, ମଟର, ଛତୁ – ୧କପ
ଅଦା ରସୁଣ ବଟା – ୨ ଚାମଚ
ସୋରିଷ – ଅଳ୍ପ
ଗରମ ମସଲା – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ବଡ଼ ଅଳେଇଚ – ୧ଟି
ଗୁଜୁରାତି – ୨ଟି
ଲବଙ୍ଗ – ୨ଟି
ତେଜପତ୍ର – ୧ଟି
କଞ୍ଚା ଲଙ୍କା – ୨ଟି
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳକୁ ୩୦ ମିନିଟ ବତୁରାଇ ଦିଅନ୍ତୁ। ଏହାପରେ ଗାଜର, ସିମଲା ଲଙ୍କା, ଛତୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଗ୍ୟାସରେ କୁକର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସୋରିଷ, ଗୁଜୁରାତି, ତେଜପତ୍ର, ବଡ଼ ଅଳେଇଚ ପକାଇ ଭାଜନ୍ତୁ। ଏବେ ଏଥିରେ ପିଆଜ, କଞ୍ଚା ଲଙ୍କା, ଅଦା ରସୁଣ ବଟା ପକାଇ କଷନ୍ତୁ। ୫ମିନିଟ ପରେ ମଟର, ଗାଜର, ସିମଲା ଲଙ୍କା , ଛତୁ ପକାଇ ପୁଣି କଷନ୍ତୁ। କିଛି ସମୟ ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ବତୁରାଇଥିବା ଚାଉଳକୁ ପକାଇ ୨ କପ ପାଣି ଦେଇ ଗ୍ୟାସରେ ବସାଇ ଦିଅନ୍ତୁ। କିଛି ସମୟରେ ଏହାକୁ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories