www.samajalive.in
Tuesday, December 9, 2025
16.1 C
Bhubaneswar

ତାରକେଶ୍ୱର ବାବାଙ୍କ ଥାଳ ଉଠା ସମ୍ପନ୍ନ

ସମ୍ବଲପୁର – ସମ୍ବଲପୁରର ଉପକଣ୍ଠସ୍ଥ ଶ୍ରୀ ଶ୍ରୀ ତାରକେଶ୍ୱର ବାବା ଙ୍କ ଶୀତଳ ଷଷ୍ଠୀ ଅବସରରେ ଦେବ ବିବାହ ଉତ୍ସବ ପାଇଁ ଥାଳ ଉଠା ନୀତି ସମ୍ପନ୍ନ ହୋଇଯାଇଛି । ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପରମ୍ପରା ଅନୁଯାୟୀ ମନ୍ଦିର ଠାରେ ଥାଳ ଉଠା ପର୍ବ ଓ ଚଳିତ ବର୍ଷ ପାଇଁ କନ୍ୟ ପିତାମାତା ଙ୍କ ଚୟନ ମଧ୍ୟ କରାଯାଇଛି ।

ଚଳିତ ବର୍ଷ କନ୍ୟା ପିତାମାତାର ଦାୟିତ୍ୱ ସୁବାଷ ପ୍ରଧାନ ଓ ତାଙ୍କର ଧର୍ମପତ୍ନୀ ମାମି ପ୍ରଧାନ ଏବଂ ଶ୍ରୀ ତାରକେଶ୍ୱର ବାବା ଙ୍କ ପିତାମାତାର ଦାୟିତ୍ୱ ବ୍ରଜମୋହନ ବଢ଼େଇ ଓ ଧର୍ମପତ୍ନୀ ପଦ୍ମିନୀ ବଢ଼େଇ ଙ୍କୁ ପ୍ରଦାନ କରାଯାଇଛି । ପଣ୍ଡିତ ସୁଶାନ୍ତ ସାହୁ ଙ୍କ ଦ୍ୱାରା ପାରମ୍ପରିକ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଥାଳ ଉଠା ନୀତି ସମ୍ପନ୍ନ କରାଯାଇ ଚଳିତ ବର୍ଷର ଦେବ ବିବାହ ମହୋତ୍ସବ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସଭାପତି ତନ୍ମୟ ଧର, ପଦ୍ମନ ସେଠ, ପ୍ରଶାନ୍ତ କର, ପ୍ୟାରେଲାଲ ପଣ୍ଡା, ବିନୟ କର, ସନ୍ତୋଷ କେଡିଆ, ତରଣି ସେଠ, ବିଦ୍ୟାଧର ପଣ୍ଡା, ସୁଧିର ନାଥ ଙ୍କ ସମେତ ମନ୍ଦିର କମିଟିର ସଦସ୍ୟ ଓ ଅଞ୍ଚଳବାସୀ ଏହି ଧାର୍ମିକ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହିଥିଲେ । କରୋନା ସଙ୍କଟ ପାଇଁ ବିଗତ ୨ ବର୍ଷ ହେବ ଏହି ଧାର୍ମିକ ଉତ୍ସବକୁ କେବଳ ବିଧି ରକ୍ଷାରେ ସୀମିତ ରଖାଯାଇଥିବା ବେଳେ ଚଳିତ ବର୍ଷ ଏହା ଧୁମଧାମରେ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories