www.samajalive.in
Monday, December 8, 2025
27.1 C
Bhubaneswar

ତେଲେଙ୍ଗାନା ରାଜ୍ୟପାଳ ଭାବେ ତାମିଲନାଡୁ ବିଜେପି ମୁଖ୍ୟ ତାମିଲସାଇ ସୌନ୍ଦରାରାଜନଙ୍କ ଶପଥ ଗ୍ରହଣ

ହାଇଦ୍ରାବାଦ: ତାମିଲନାଡୁ ବିଜେପି ମୁଖ୍ୟ ଡ. ତାମିଲସାଇ ସୌନ୍ଦରାରାଜନ ରବିବାର ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହ୍ବାନ ରାଜ୍ୟପାଳଙ୍କୁ ଶପଥପାଠ କରାଇଥିଲେ। ଏ ନେଇ ରାଜଭବନରେ ଏକ ଉତ୍ସବ ଆୟୋଜିତ ହୋଇଥିଲା। ଶପଥ ନେବା ପରେ ତାମିଲସାଇ ତାଙ୍କ ମା’ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ତାଙ୍କ କ୍ୟାବିନେଟର ମନ୍ତ୍ରୀମାନେ, ବିଧାନସଭାର ବାଚସ୍ପତି ପୋଚାରାମ ଶ୍ରୀନିବାସ ରେଡ୍ଡୀ, ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀ, ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭନ, ହାଇଦ୍ରାବାଦ ମେୟର ବନ୍ଥୁ ରାମମୋହନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories