www.samajalive.in
Thursday, December 11, 2025
27.1 C
Bhubaneswar

ତ୍ରିରାଷ୍ଟ୍ରୀୟ ଦୃଷ୍ଟିହୀନ ଟି୨୦ ସିରିଜ୍‍: ଭାରତ ଚମ୍ପିଆନ

ଭୁବନେଶ୍ୱର : ଭାରତ ତ୍ରିରାଷ୍ଟ୍ରୀୟ ଦୃଷ୍ଟିହୀନ ଟ୍ୱେଣ୍ଟି୨୦ କ୍ରିକେଟ ସିରିଜ୍‍ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଗୋଆରେ ଶନିବାର ଫାଇନାଲ ମ୍ୟାଚରେ ଭାରତ ୧୦ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂକରି ୨୦ ଓଭରରେ ୯ ୱିକେଟରେ ୧୧୯ ରନ୍‍ କରିଥିଲା। ପ୍ରିୟନାଥ ୩୦ ରନ୍‍କରି ଅପରାଜିତ ରହିଥିଲେ। ଭାରତୀୟ ଅଧିନାୟକ ଅଜୟ ରେଡ୍‍ଡୀ ୧୫ ରନ୍‍ଦେଇ ୪ଟି ୱିକେଟ ନେଇଥିଲେ। ଜବାବରେ ଭାରତ ୧୩.୧ ଓଭରରେ ୱିକେଟ ନ ହରାଇ ବିଜୟୀ ହୋଇଥିଲା। ଦୁର୍ଗା ୬୩ ଓ ଅନୀଲ ୪୫ ରନ୍‍କରି ଅପରାଜିତ ଥିଲେ। ଅଜୟ ରେଡ୍‍ଡୀ ମ୍ୟାନ ଅଫ ଦି ଫାଇନାଲ, ବି-୧ ବିଭାଗରେ ଅଜିତ ସିଲ୍‍ଭା, ବି-୨ରେ ଅଜୟ ରେଡ୍‍ଡୀ ଓ ବି-୩ରେ ସୁନୀଲ ରମେଶ ମ୍ୟାନ ଅଫ ସିରିଜ୍‍ ବିବେଚିତ ହୋଇଥିଲେ। ଅତିଥି ଭାବେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ଚମ୍ପିଆନ ଭାରତକୁ ଟ୍ରଫି ପ୍ରଦାନ କରିଥିଲେ। ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଓଡ଼ିଶାର ଚନ୍ଦ୍ରଶେଖର ପଟ୍ଟନାୟକ ଦାୟିତ୍ୱ ତୁଲାଇଥିବାବେଳେ ଖେଳାଳି ଭାବେ ଓଡ଼ିଶାର ପଙ୍କଜ ଭୂଏ ପ୍ରତିନିଧିତ୍ୱ କରିଥିଲେ। ଲିଗ୍‍ ପର୍ଯ୍ୟାୟରେ ପଙ୍କଜ ଇଂଲଣ୍ଡ ବିପକ୍ଷରେ ଶତକ ମାରିବା ସହ ଅଲ୍‍ରାଉଣ୍ଡର ପ୍ରଦର୍ଶନ କରି ମ୍ୟାନ ଅଫ ଦି ମ୍ୟାଚ୍‍ ହୋଇଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories