ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ, ଇଂଲଣ୍ଡ-ଆଫଗାନିସ୍ତାନ ଭେଟ

ଆଜିଠାରୁ ସୁପର୍‌-୧୨ ମୁକାବିଲା

ବ୍ରିସବେନ୍‌  : ଟ୍ବେଣ୍ଟି-୨୦ ବିଶ୍ବକପ ଅଷ୍ଟମ ସଂସ୍କରଣ ୨୦୨୨ର ରାଉଣ୍ଡ-୧ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି। ଯୋଗ୍ୟତାପର୍ଯ୍ୟାୟରୁ ୪ଟି ଦଳ ସୁପର-୧୨ କୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତାପର୍ଯ୍ୟାୟ ଗ୍ରୁପ-ଏ ରୁ ଶ୍ରୀଲଙ୍କା ଓ ନେଦରଲାଣ୍ଡ୍‌ସ ଓ ଗ୍ରୁପ- ବି ରୁ ଆୟରଲାଣ୍ଡ ଓ ଜିମ୍ବାୱେ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୨ଟି ଦଳକୁ ନେଇ ସୁପର-୧୨ ମହା ମୁକାବିଲା ଶନିବାରଠାରୁ ଆରମ୍ଭ ହେଉଛି। ଗ୍ରୁପ- ଏ ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଅ​‌ା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆୟରଲାଣ୍ଡ ଓ ଶ୍ରୀଲଙ୍କା ସ୍ଥାନ ପାଇଥିବାବେଳେ ଗ୍ରୁପ-ବି ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ବାଂଲାଦେଶ ଓ ନେଦରଲାଣ୍ଡ୍‌ସ ରହିଛନ୍ତି। ପ୍ରଥମ ଦିନରେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ରନର୍ସଅପ ନ୍ୟୁଜିଲାଣ୍ଡ୍‌କୁ ଓ ଦ୍ବିତୀୟ ମ୍ୟାଚରେ ପୂର୍ବ ଚମ୍ପିଆନ ଇଂଲଣ୍ଡ- ଆଫଗାନିସ୍ତାନକୁ ଭେଟିବ। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଆରୋନ ଫିଞ୍ଚଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଦଳରେ ଡେଭିଡ୍‌ ୱାର୍ଣ୍ଣର, ମାଥ୍ୟୁ ୱାଡେ, ଟିମ୍‌ ଡେଭିଡ୍‌ , କାମେରୁନ ଗ୍ରୀନ, ଷ୍ଟିଭ୍‌ ସ୍ମିଥ୍, ଗ୍ଲେନ ମ୍ୟାକ୍ସୱେଲ, ମାର୍କୋସ ଷ୍ଟୋଇନିସ ଭଳି ବ୍ୟାଟସମ୍ୟାନ ରହିଛନ୍ତି। ବୋଲିଂରେ ପ୍ୟାଟ୍‌ କମିନ୍‌ସ, ଜୋସ ହାଜେଲଉଡ୍‌, ମିଚେଲ ଷ୍ଟାର୍କ, କେନ୍‌ ରିଚାର୍ଡସନ ଓ ଆଡାମ ଜାମ୍ପା ପ୍ରମୁଖ ରହିଛନ୍ତି। ଦଳ ପ୍ରଥମ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ କେନ୍‌ ୱିଲିୟମସନଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ମଧ୍ୟ ପ୍ରଥମ ଥର ପାଇଁ ଆଇସିସି ଟ୍ବେଣ୍ଟି୨୦ ଟ୍ରଫି ଜିତିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆରେ ପାଦ ଦେଇଛି। ମାର୍ଟିନ ଗପ୍ଟିଲ, ଫିନ ଆଲିନ, ଡିଭନ କନ୍‌ୱେ, ଡାରେଲ ମିଚେଲଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଥିବାବେଳେ ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସାଉଦି, ମିଚେଲ ସାଣ୍ଟନର, ଏସ୍‌ ସୋଧିଙ୍କ ଭଳି ବୋଲର ରହିଛନ୍ତି। ଗତ ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ଇଂଲଣ୍ଡ ରନର୍ସଅପ ହୋଇଥିଲା। ଉଭୟ ଦଳ ଖେଳିଥିବା ଶେଷ ୫ଟି ଟ୍ବେଣ୍ଟି୨୦ ମ୍ୟାଚକୁ ଦେଖିଲେ ଅଷ୍ଟ୍ରେଲିଆ ଆଗରେ ରହିଛି। ୫ଟି ମ୍ୟାଚରୁ ଅଷ୍ଟ୍ରେଲିଆ ୩ଟି ଓ ଇଂଲଣ୍ଡ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି। ଘରୋଇ ପଡିଆରେ ଅଷ୍ଟ୍ରେଲିଆ ଶକ୍ତିଶାଳୀ ମନେ କରାଯାଉଥିଲେ ମଧ୍ୟ ନ୍ୟୁଜିଲାଣ୍ଡ କୌଣସି ଗୁଣରେ କମ୍‌ ନାହିଁ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୩୦ରୁ ଆରମ୍ଭ ହେବ। ​‌
ସେହିପରି ପର୍ଥରେ ଗ୍ରୁପ-ବି ର ଅନ୍ୟ ଏକ ମ୍ୟାଚରେ ପୂର୍ବତନ ଚମ୍ପିଆନ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ମହମ୍ମଦ ନବିଙ୍କ ନେତୃତ୍ବାଧିନ ଆଫଗାନିସ୍ତାନ ଚଳିତ ଥର କିଛି ଚମକ ଦେଖାଇବା ଲକ୍ଷ୍ୟରେ ରହିଛି। ଦଳରେ ମୁଜିବ ଉର୍‌ ରହିମଙ୍କ ଭଳି ଅଲରାଉଣ୍ଡର ଓ ରସିଦ ଖଁା ଙ୍କ ଭଳି ବିଶ୍ବବିଖ୍ୟାତ ସ୍ପିନର ରହିଛନ୍ତି। ଦଳକୁ କିଛି ଚମକ ଦେଖାଇବାକୁ ହେଲେ ସମସ୍ତ ଖେଳାଳିଙ୍କ ସନ୍ତୁଳିତ ପ୍ରଦର୍ଶନ ରହିବା ଆବଶ୍ୟକ।ଅନ୍ୟପକ୍ଷରେ ୨୦୧୦ ଚମ୍ପିଆନ ଇଂଲଣ୍ଡ ଜୋସ ବଟ୍‌ଲରଙ୍କ ନେତୃତ୍ବରେ ବିଶ୍ବକପ ଖେଳିବ। ଦଳରେ ହ୍ୟାରି ବ୍ରୁକ୍‌ସ, ଲିଆମ ଲିଭିଙ୍ଗଷ୍ଟୋନ, ଆଲେକ୍ସ ହେଲ୍‌ସଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଥିବାବେଳେ ବେନ୍‌ ଷ୍ଟୋକ୍‌ସ, ମୋଇନ୍‌ ଅଲ୍ଳୀଙ୍କ ଭଳି ଅଲରାଉଣ୍ଡର ରହିଛନ୍ତି। ବୋଲିଂରେ ମାର୍କ ଉଡ୍‌, ଆଦିଲ ରସିଦ, କ୍ରିସ ୱକ୍‌ସ ପ୍ରମୁଖ ରହିଛନ୍ତି। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ଇଂଲଣ୍ଡ ବହୁତ ଶକ୍ତିଶାଳୀ ରହିଛି। କିନ୍ତୁ କ୍ରିକେଟରେ କିଛି ବି ପୂର୍ବାନୁମାନ କରିବା କଷ୍ଟକର। ଆଫଗାନିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଶେଷ ଦୁଇ ଟ୍ବେଣ୍ଟି୨୦ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଛି। ଇଂଲଣ୍ଡ ଟ୍ବେଣ୍ଟି୨୦ ବିଶ୍ବକପର ସମସ୍ତ ସଂସ୍କରଣରେ ଅଂଶଗ୍ରହଣ କରିଥିବାବେ​‌େ​‌ଳ ୨୦୧୦ରେ ଚମ୍ପିଆନ ଓ ୨୦୧୬ରେ ରନର୍ସଅପ ହୋଇଥିଲା।

kalyan agarbati

Comments are closed.