ଡେସ୍କ: ୧୯୭୮ରେ ଜଣେ ଭାରତୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟ ଭାବେ ଗ୍ରହଣ କରାଯାଇ ସ୍ୱିଜରଲ୍ୟାଣ୍ଡକୁ ନିଆଯାଇଥିବା ବୀଣା ମଖୀଜାନି ମ୍ୟୁଲର ଗତ ଏକ ଦଶନ୍ଧି ହେବ ତାଙ୍କ ଜନ୍ମକଲା ମା’ଙ୍କୁ ଖୋଜୁଛନ୍ତି। ତାଙ୍କ ପାଖରେ ଥିବା ଏକମାତ୍ର ସୂତ୍ର ହେଉଛି ଯେ, ତାଙ୍କ ଜନ୍ମକଲା ମା’ଙ୍କ ନାମ ରୋବେଲୋ ବୋଲି ସେ ଜାଣିଛନ୍ତି। ୪୪ ବର୍ଷୀୟା ବୀଣା ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ଦକ୍ଷିଣ ମୁମ୍ବାଇର ଏକ ପୋଷ୍ୟ କେନ୍ଦ୍ର ‘ଆଶା ସଦନ’ରୁ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇ ସ୍ୱିଜରଲ୍ୟାଣ୍ଡ ନିଆଯାଇଥିଲା।
ବୀଣା କହିଛନ୍ତି ଯେ ସେ ୨୦୧୧ରୁ ମା’ଙ୍କ ସନ୍ଧାନରେ ମୁମ୍ବାଇ ଗସ୍ତରେ ଆସିଛନ୍ତି, କିନ୍ତୁ ଟିକିଏ ସଫଳ ହୋଇ ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଦୁଇ ପୁଅ ଅଛନ୍ତି, ଜଣେ ୧୩ ଏବଂ ଅନ୍ୟ ଜଣେ ୧୬ ବର୍ଷର ଏବଂ ସେମାନେ ମଧ୍ୟ ସେମାନଙ୍କର ମୂଳ ଜାଣିବାକୁ ଚାହାଁନ୍ତି। ବିନା ତାଙ୍କର ଡିଏନ୍ଏ ପ୍ରୋଫାଇଲ୍ ମଧ୍ୟ କରିଛନ୍ତି।



