www.samajalive.in
Monday, December 8, 2025
27.1 C
Bhubaneswar

ଆୟକର ବିଭାଗର ସ୍କାନରରେ ସନ୍ଦେହଜନକ ବୋଗସ ଫେରସ୍ତ ଅର୍ଥ

ସମ୍ବଲପୁର/କେନ୍ଦୁଝରଗଡ଼, : ଆୟକର ବିଭାଗ ଦ୍ୱାରା ମୂଲ୍ୟାଙ୍କନ ବର୍ଷ ୨୦୨୧ –୨୨, ୨୦୨୨ –୨୩ ଏବଂ ୨୦୨୩ –୨୪ ପାଇଁ ସଂଗୃହୀତ ତଥ୍ୟ ଅନୁଯାୟୀ ବିଭିନ୍ନ କରଦାତାମାନେ ବୋଗସ ଫେରସ୍ତ ଦାବି କରିବାର ଅନୈତିକ ଅଭ୍ୟାସର ଆଶ୍ରୟ ନେଇଥିବା କଥା ଆୟକର ବିଭାଗ ପକ୍ଷରୁ କୁହାଯାଇଛି । । ଏଥି ପାଇଁ ସରକାର ରାଜସ୍ୱ ହରାଇଛନ୍ତି । ସନ୍ଦେହଜନକ ବୋଗସ ଫେରସ୍ତ ଅର୍ଥ ଗୁଡିକ ଆୟକର ବିଭାଗର ସ୍କାନରରେ ରହିଛି ।

ବିଭାଗ ପ୍ରାଥମିକ ଭାବରେ ୫୦ ହଜାର ଟଙ୍କାରୁ ଅଧିକ ଫେରସ୍ତ ଦାବି ହୋଇଥିବା ରିଟର୍ଣ୍ଣ ଗୁଡିକୁ ପୁନଃ ଯାଞ୍ଚ କରୁଛି । ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ଗୁଡିକରେ ଦାବି କରାଯାଇଥିବା ଏଭଳି ରିହାତି / ଛାଡ ଗୁଡିକ ସେମାନଙ୍କ ଡିଡିଓ ଦ୍ୱାରା ଜାରି କରାଯାଇଥିବା ଫର୍ମ ସଂଖ୍ୟା ୧୬ / ଫର୍ମ ସଂଖ୍ୟା ୨୬ଏସ ସହିତ ମେଳ ଖାଉ ନାହିଁ । ଫଳରେ ଅନେକ କୋଟି ଟଙ୍କାର ବୋଗସ ଫେରସ୍ତ ହୋଇଛି ।

- Advertisement -

ଆୟକର ବିଭାଗର ପ୍ରସାରଣ ଉଦ୍ୟମର ଏକ ଅଂଶ ରୂପେ ସମ୍ବଲପୁର    ସ୍ଥିତ ଆୟକର ଭବନ, କେନ୍ଦୁଝରରେ ରୋଟାରୀ କ୍ଲବ କେନ୍ଦୁଝର ସଭା ଗୃହରେ    ଠାରେ   ସୋମବାର ବିଭିନ୍ନ ସଙ୍ଗଠନ, ବିଭିନ୍ନ ବିଭାଗର ଡିଡିଓ, ଫାଇନାନ୍ସ ଏବଂ ଆକାଉନ୍ଟ ଅଧିକାରୀ ମାନଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ସଚେନତା କାର୍ଯ୍ୟକ୍ରମରେ ଆୟକର ରିଟର୍ଣ୍ଣରେ ଭୁଲ ଦାବି, ସଂଶୋଧନ ପାଇଁ ପରିସର ଯଥା ଅପଡେଟ ରିର୍ଟନ ଏବଂ ସଂଶୋଧିତ ରିଟର୍ଣ୍ଣ ଦାଖଲ କରିବା ଏବଂ ଆୟକର ବିଭଗ ଦ୍ୱାରା ଦଣ୍ଡବିଧାନ କାର୍ଯ୍ୟ ଯଥା ଦଣ୍ଡ, ପ୍ରବର୍ତ୍ତନ ଓ ପୁର୍ନବାର ମୁଲ୍ୟାଙ୍କନ ସମ୍ବନ୍ଧରେ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରାଯାଇଥିଲା । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଆହୁରୀ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories