www.samajalive.in
Monday, December 8, 2025
20.1 C
Bhubaneswar

୮ଟି ଶ୍ରେଣୀ ପାଇଁ ୪ଜଣ ଶିକ୍ଷୟିତ୍ରୀ- ଠାକୁରମୁଣ୍ଡାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ଠାକୁରମୁଣ୍ଡା: ଠାକୁରମୁଣ୍ଡା ବ୍ଲକ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅଭିଯୋଗ। ୮ଟି ଶ୍ରେଣୀ ରେ ୧୬୭ ଜଣ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ କରୁଛନ୍ତି ୪ ଜଣ ଶିକ୍ଷୟତ୍ରୀ । ପ୍ରାଥମିକ ଶିକ୍ଷା କୁ ଶିକ୍ଷାର ମୂଳଦୁଆ କହୁଥିଲାବେଳେ, ସେହି ମୂଳ ଦୁଆ ଏବେ ଦୁର୍ବଳ ହୋଇଯାଇଛି ।

ଠାକୁରମୁଣ୍ଡା ବ୍ଲକ ସମ୍ମୁଖରେ ଥିବା ନିହାଣଗଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୮ମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ଏଥିରେ ୧୬୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସହିତ ୩ ଜଣ ଶିକ୍ଷୟତ୍ରୀ ଅଛନ୍ତି। ତେବେ ପ୍ରଧାନ ଶିକ୍ଷୟତ୍ରୀ ଜଣକ ବିଭିନ୍ନ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି , ତିନି ଜଣ ଶିକ୍ଷୟତ୍ରୀ ୮ଟି ଶ୍ରେଣୀ ରେ ଥିବା ୧୬୭ ଜଣ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ କରନ୍ତି । ବିଗତ ଛଅ ମାସ ରୁ ଅଧିକ ହେବ ୪ ଜଣ ଶିକ୍ଷୟତ୍ରୀ , ଶିକ୍ଷାଦାନ କରୁଥିବା ବେଳେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ।

- Advertisement -

ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ସୋମବାର ଦିନ ସ୍କୁଲ ଗେଟ ସମ୍ମୁଖରେ ତାଲା ପକେଇ ଧାରଣା ବସିଥିଲେ । ଖବର ପାଇ ସିଆରସିସି ଓ ଠାକୁରମୁଣ୍ଡା ବ୍ଲକ ଶିକ୍ଷାଅଧିକାରୀ ସ୍କୁଲ ରେ ପହଞ୍ଚି ଅଭିଭାବକ ସହିତ ଆଲୋଚନା କରିଥିଲେ । ମଙ୍ଗଳବାର ସୁଦ୍ଧା କାଲି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲ । ମାତ୍ର ବ୍ଲକରେ ଅନେକ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷା ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories