www.samajalive.in
Monday, December 8, 2025
27.1 C
Bhubaneswar

ଗଣମାଧ୍ୟମରେ ସୁଶୀଲ ଖବର ପ୍ରସାରଣ ମାମଲା, ଶୁଣାଣି ପାଇଁ ମନାକଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମଲ୍ଲଯୋଦ୍ଧା ସାଗର ଧନକଡ଼ଙ୍କ ଅପହରଣ ଓ ହତ୍ୟା ମାମଲାରେ ଦୁଇଟି ଅଲିମ୍ପିକ୍‌ସ ପଦକ ହାସଲ କରିଥିବା ସୁଶୀଲ କୁମାରଙ୍କୁ ପୁଲିସ୍‍ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। ଏବେ ସୁଶୀଲ ପୁଲିସ ଜିମାରେ ରହିଥିବାବେଳେ ଜେରାର ସମ୍ମୁଖୀନ ହେଉଛନ୍ତି। ବିଚାର ପରେ ସୁଶୀଲ ଦୋଷୀ ନା ନିର୍ଦୋଷ ତାହା ଜଣାପଡ଼ିବ। ହେଲେ ଏହା ପୂର୍ବରୁ ଗଣମାଧ୍ୟମ ସୁଶୀଲ କୁମାରଙ୍କୁ ଖଳନାୟକ ଭାବେ ଦର୍ଶାଇବାରେ ଲାଗିଛି।

ସୁଶୀଲଙ୍କୁ ନେଇ ବିଭ୍ରାନ୍ତିକର ଓ ସତ୍ୟତା ନଥିବାର କାହାଣୀ ଗଣମାଧ୍ୟମ ପ୍ରଚାର କରୁଛି। ସାରାବିଶ୍ୱରେ ଭାରତର ଗୌରବ ମଣ୍ଡନ କରିଥିବା ଜଣେ କ୍ରୀଡ଼ାବିତ୍‍ଙ୍କ ପ୍ରତି ଏପରି ବ୍ୟବହାର ଗ୍ରହଣୀୟ ନୁହେଁ। ଏହାକୁ ତୁରନ୍ତ ବନ୍ଦକରିବା ଲାଗି ଗଣମାଧ୍ୟମକୁ ନିର୍ଦେଶ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଜଣେ ଆଇନ୍‍ ଛାତ୍ର। ଜଷ୍ଟିସ୍‍ ଡି.ଏନ୍‍. ପଟେଲ ଓ ଜଷ୍ଟିସ ଜ୍ୟୋତି ସିଂହଙ୍କୁ ନେଇ ଖଣ୍ଡପୀଠ ଆବେଦନକୁ ଗ୍ରହଣ କରିନଥିବା ବେଳେ ଶୁଣାଣି ପାଇଁ ଶୁକ୍ରବାର ମନା କରିଦେଇଛନ୍ତି। ଯାହା ଫଳରେ ସୁଶୀଲଙ୍କୁ ଆଉ ଏକ ବଡ ଧକ୍କା ଲାଗିଛି। ଅନ୍ୟପକ୍ଷରେ ସାଗର ଧନକଡଙ୍କ ଅପହରଣ ଓ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ଆଉ ଜଣେ ମଲ୍ଲଯୋଦ୍ଧା ରୋହିତଙ୍କୁ ଗିରିଫ କରିଛି। ଛତ୍ରସାଲ ଷ୍ଟାଡ଼ିୟମରେ ଘଟିଥିବା ଗଣ୍ଡଗୋଳ ଓ ହତ୍ୟା ଘଟଣାରେ ରୋହିତ ସମ୍ପୃକ୍ତ ଥିବା ନେଇ ଦିଲ୍ଲୀ ପୁଲିସ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଥିଲା।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories