www.samajalive.in
Sunday, December 7, 2025
18.1 C
Bhubaneswar

ସାଇନା, ଶ୍ରୀକାନ୍ତ ଅଲିମ୍ପିକ୍‍ସରୁ ବାଦ୍‍

ହାଇଦରାବାଦ: ଯାହା ଆଶଙ୍କା କରା ଯାଉଥିଲା; ଶେଷରେ ତାହା ହିଁ ଘଟିଛି। ଭାରତର ଦୁଇ ପ୍ରମୁଖ ବ୍ୟାଡ୍‍ମିଣ୍ଟନ୍‍ ଖେଳାଳି ସାଇନା ନେହୱାଲ ଓ ଶ୍ରୀକାନ୍ତ କିଦାମ୍ବୀ ଶ୍ରୀଲଙ୍କା ଟୋକିଓ ଅଲିମ୍ପିକ୍‍ କ୍ରୀଡ଼ାରେ ଖେଳିବେ ନାହିଁ। ବିଶ୍ୱ ବ୍ୟାଡ୍‍ମିଣ୍ଟନ ମହାସଂଘ (ବିଡବ୍ଲ୍ୟୁଏଫ୍‍) ଶୁକ୍ରବାର ଘୋଷଣା କରିଛି ଯେ ଟୋକିଓ ଅଲିମ୍ପିକ୍‍ସ ପାଇଁ ଯୋଗ୍ୟତା ହାସଲ କରିବାର ଶେଷତାରିଖ ହେଉଛି ଜୁନ୍‍ ୧୫ ଏବଂ ଏହା ପୂର୍ବରୁ କୌଣସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ନାହିଁ। ବିଡବ୍ଲ୍ୟୁଏଫ୍‍ ପକ୍ଷରୁ ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି, ଟୋକିଓ ଅଲିମ୍ପିକ୍‍ସ ପୂର୍ବରୁ ଆଉ କୌଣସି ଟୁର୍ଣ୍ଣାମେଣ୍ଟ ନାହିଁ। ଟୋକିଓ ଅଲିମ୍ପିକ୍‍ସର ସଂଶୋଧିତ ଔପଚାରିକ ଭାବେ ଯୋଗ୍ୟତା ହାସଲ କରିବାର ଶେଷତାରିଖ ଜୁନ୍‍ ୧୫ ରଖାଯାଇଛି। ତେଣୁ ଏବେ ଟୋକିଓ ଅଲିମ୍ପିକ୍‍ସ ଲାଗି ଯେଉଁ ରାଙ୍କିଙ୍ଗ୍‍ ପଦ୍ଧତି ଅଛି; ତାହା ବଦଳିବାର ନାହିଁ। ଚୂଡ଼ାନ୍ତ ପ୍ରତିଯୋଗୀ ତାଲିକା ସହ ଯୋଗ୍ୟତା ହାସଲ କରିଥିବା ସମସ୍ତ ଦେଶର ବ୍ୟାଡ୍‍ମିଣ୍ଟନ ମହାସଂଘକୁ ଟୋକିଓ ଅଲିମ୍ପିକ୍‍ସ ପାଇଁ ନିମନ୍ତ୍ରଣ ପଠାଯିବ। ଏହାପରେ ଅଲିମ୍ପିକ୍‍ସରେ କେଉଁ ଖେଳାଳି କେତେ ସିଡ୍‍ ପାଇଛନ୍ତି; ତାହା ଘୋଷଣା କରାଯିବ।

ଲଣ୍ଡନ୍‍ ଅଲିମ୍ପିକ୍‍ସରେ ବ୍ରୋଞ୍ଜ୍‍ ପଦକ ଜିତିଥିବା ସାଇନା ନେହୱାଲ ଏବେ ବିଡବ୍ଲ୍ୟୁଏଫ୍‍ର ମହିଳା ସିଙ୍ଗଲ୍‍ସ ମାନ୍ୟତାରେ ୨୨ତମ ସ୍ଥାନରେ ରହିଛନ୍ତି। ବିଡବ୍ଲ୍ୟୁଏଫ୍‍ର ନିୟମ ଅନୁସାରେ, ଟୋକିଓ ଅଲିମ୍ପିକ୍‍ସରେ ଖେଳିବା ପାଇଁ ଜଣେ ଖେଳାଳି ଜୁନ୍‍ ୧୫ ସୁଦ୍ଧା ଶୀର୍ଷ ୧୬ରେ ରହିବା ଆବଶ୍ୟକ। ଏହି ନିୟମ ଅନୁସାରେ ମହିଳା ସିଙ୍ଗଲ୍‍ସରେ ଭାରତର କେବଳ ପି.ଭି. ସିନ୍ଧୁ ଖେଳିବେ ଏବଂ ବି. ସାଇ ପ୍ରଣିତ ପୁରୁଷ ସିଙ୍ଗଲ୍‍ସ ଖେଳିବେ। ପୁରୁଷ ଡବଲ୍‍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍‍ଡୀ ଓ ଚିରାଗ ସେଟ୍ଟି ଅଲିମ୍ପିକ୍‍ସରେ ଖେଳିବେ। ଫଳରେ ଟୋକିଓ ଅଲିମ୍ପିକ୍‍ସରେ ପାଖାପାଖି ୧୦ ଜଣ ଭାରତୀୟ ଖେଳିବେ ବୋଲି ଅନୁମାନ କରା ଯାଉଥିବା ବେଳେ ମାତ୍ର ୪ ଭାରତୀୟ ଖେଳିବାକୁ ଯାଉଛନ୍ତି। କେ. ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍‍ସରେ ୨୦ତମ ସ୍ଥାନରେ ରହିଛନ୍ତି। ଜୁଲାଇରେ ଆରମ୍ଭ ହେଉଥିବା ଟୋକିଓ ଅଲିମ୍ପିକ୍‍ସ ଲାଗି ଯେକୌଣସି କ୍ରୀଡ଼ାରେ ଜାତୀୟ ଅଲିମ୍ପିକ୍‍ ମହାସଂଘ ନାମ ପଠାଇବାର ଶେଷତାରିଖ ଜୁନ୍‍ ୫ ରଖାଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories