www.samajalive.in
Wednesday, December 10, 2025
18.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତ ; ବଲିଉଡର ଅନନ୍ୟ ଅଭିନେତା

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ବଲିଉଡ ଜଗତ ସହିତ ସାଧାରଣ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଛି। ସୁଶାନ୍ତଙ୍କ ଅଭିନୟ ଯେପରି ଚର୍ଚ୍ଚିତ; ଅଭିନୟ ପ୍ରତି ତାଙ୍କର ମୋହ ମଧ୍ୟ ବେଶ ଚର୍ଚ୍ଚିତ କାହାଣୀ। ବଲିଉଡର ଅନନ୍ୟ ଅଭିନେତା ଅଭିନୟ କ୍ଷେତ୍ରରେ ନିଆରା ଛାପ ଛାଡି ଯାଇଛନ୍ତି।  ସୁଶାନ୍ତ ପାଟନାର ସେଣ୍ଟ କାରେନ ହାଇସ୍କୁଲରେ ପାଠପଢା ଆରମ୍ଭ କରିଥିଲେ। ହାଇସ୍କୁଲ ପରୀକ୍ଷା ପାସ ପରେ​‌ ସେ ଦିଲ୍ଲୀର କୁଲାଚି ହଂସରାଜ ମଡେଲ ସ୍କୁଲରେ ନାମ ଲେଖାଇଥିଲେ। ଇଞ୍ଜିନିୟରିଂ ପଢିବା ପାଇଁ ସେ ଦେଇଥିବା ୧୧ଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏପରିକି ଆଇଏସଏମ୍ ଧାନବାଦ ପାଇଁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପଦାର୍ଥ ବିଜ୍ଞାନ ଜାତୀୟ ଅଲମ୍ପିଆଡରେ ମଧ୍ୟ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୩ରେ ସେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରଂି (ଡିସିଇ)ର ପ୍ରବେଶିକା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୭ମ ସ୍ଥାନ ହାସଲ କରିଥିଲେ। ଡିସିଇର ସେ ମେକାନିକାଲ ବିଭାଗରେ ଡିଗ୍ରୀ ପାଇଁ ନାମ ଲେଖାଇଥିଲେ। ମାତ୍ର ଅଭିନୟ ପ୍ରତି ତାଙ୍କର ମୋହ ଯୋଗୁଁ ଇଞ୍ଜିନିୟରିଂ ପାଠ ପଢା ଚତୁର୍ଥ ବର୍ଷରୁ ଛାଡିଥିଲେ। ପାଠପଢା ସମୟରେ ସେ ବିଭିନ୍ନ ସ୍ଥାନରେ ନାଟକ ଓ ନୃତ୍ୟରେ ଭାଗ ନେଉଥିଲେ। ଇଞ୍ଜିନିୟରିଂ ପାଠପଢା ଛାଡି ସେ ସିଆମକ ଦରବାର ଡ୍ୟାନ୍ସ କ୍ଲାସରେ ଯୋଗ ଦେଇଥିଲେ। ପରେ ସେ ବ୍ୟାରି ଜନ୍ସ ଡ୍ୟାନ୍ସ କ୍ଲାସରେ ଯୋଗ ଦେଇଥିଲେ। ୨୦୦୬ରେ ସେ ଅଷ୍ଟ୍ରେଲିଆରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାର ଉଦ୍‌ଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ଏହି ସମୟରେ ତାଙ୍କ ଇଞ୍ଜିନିୟରିଂ ପରୀକ୍ଷାର କେତେକ ପେପରରେ ଫେଲ ହୋଇଥିଲେ। ସେତେବେଳକୁ ଇଞ୍ଜିନିୟରିଂ ପାଠପଢା ପ୍ରତି ତାଙ୍କର ମୋହ ତୁଟି ଯାଇଥିଲା।

୭ ବର୍ଷରେ ୧୧ ଚଳଚ୍ଚିତ୍ର

ସୁଶାନ୍ତ ସିଂହ ରାଜପୁତ ମାତ୍ର ୭ ବର୍ଷ ଭିତରେ ୧୧ଟି ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡ କଳାକାରମାନଙ୍କ ସମେତ କୋଟିକୋଟି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ତାଙ୍କର ଦ୍ବାଦଶତମ ଚଳଚ୍ଚିତ୍ର ‘ଦିଲ ବେଚାରା’ର ସୁଟିଂ ଅଧା ଥିଲା। ତାଙ୍କ ହିଟ ଚଳଚ୍ଚିତ୍ର ମଧ୍ୟରେ କେଦାରନାଥ, ଛିଛୋରେ, କାୟ ପୋ ଚେ ପ୍ରଭୃତି ଅନ୍ତର୍ଭୁକ୍ତ। ତେବେ ସେ ଏମ ଏସ ଧୋନୀ : ଦି ଅନଟେଲ୍ଡ ଷ୍ଟୋରୀରେ କାମ କରି କ୍ରୀଡା ପ୍ରଶଂସକଙ୍କର ମଧ୍ୟ ପ୍ରିୟ କଳାକାର ପାଲଟିଥିଲେ।

କେରଳ ବନ୍ୟା ପୀଡ଼ିତଙ୍କୁ ଦେଇଥିଲେ ଏକ କୋଟି

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଥିଲେ ଜଣେ ସହୃଦୟ ଯୁବକ। ୨୦୧୮ରେ କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ପରିବାରଗୁଡିକର ସହାୟତା ଲାଗି ସେ ଏକ କୋଟି ଟଙ୍କା ଦାନ କରିଥିଲେ। ଇନ୍‌ଷ୍ଟାଗ୍ରାମରେ ଜଣେ ପ୍ରଶଂସକ ଏହି ପୀଡ଼ିତଙ୍କୁ ଖାଦ୍ୟ ଯୋଗାଇ ଦେବାର ଇଚ୍ଛା ବ୍ୟକ୍ତ କରିଥିଲେ। ସୁଶାନ୍ତ ଲେଖିଥିଲେ ଯେ ସେ ତାଙ୍କର ଏହି ପ୍ରଶଂସକଙ୍କ ନାମରେ ଏକ କୋଟି ଟଙ୍କା ଦାନ କରିବେ। ତେବେ ଏହି ଟଙ୍କା ଯେଭଳି ସଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ଯତ୍ନଶୀଳ ହେବାକୁ ସେ କହିଥିଲେ।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories