www.samajalive.in
Sunday, December 7, 2025
15.1 C
Bhubaneswar

ସିଙ୍ଗାପୁର ଆର୍ବିଟ୍ରେସନ ଅଦାଲତଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ଫ୍ୟୁଚର ରିଟେଲ ଏବଂ ଆମାଜନ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ସିଙ୍ଗାପୁର ଆର୍ବିଟ୍ରେସନ ଦେଇଥିବା ରାୟକୁ କାଏମ ରଖିଛନ୍ତି। ସିଙ୍ଗାପୁର ଅଦାଲତ ଦେଇଥିବା ରାୟ ଭାରତୀୟ ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ଆମାଜନ ପାଇଁ ବୃହତ ବିଜୟ ହୋଇଥିବାବେଳେ ଫ୍ୟୁଚର ଗ୍ରୁପ ଏବଂ ରିଲାଏନ୍ସ ରିଟେଲ ମଧ୍ୟରେ ହୋଇଥିବା ଚୁକ୍ତିକୁ ଶକ୍ତ ଧକ୍କା ହୋଇଛି। ସୂଚନାଯୋଗ୍ୟ ଯେ ଫ୍ୟୁଚର ଗ୍ରୁପ୍‍ର ଖୁଚୁରା ବ୍ୟବସାୟକୁ ୨୪,୭୩୧ କୋଟି ଟଙ୍କାରେ ଖରିଦ କରିବାକୁ ରିଲାଏନ୍ସ ରିଟେଲ ସହିତ ଏକ ଚୁକ୍ତି ହୋଇଥିଲା। ତେବେ ଫ୍ୟୁଚର ଗ୍ରୁପ୍‍ ପୂର୍ବରୁ ଏଥିପାଇଁ ଆମାଜନ ସହିତ ଚୁକ୍ତି କରିଥିବାରୁ ଆମାଜନ ଏହାକୁ ବିରୋଧ କରି ସିଙ୍ଗାପୁର ଆର୍ବିଟ୍ରେସନ ଅଦାଲତରେ ଯାଚିକା ଦାଏର କରିଥିଲା। ସିଙ୍ଗାପୁର ଅଦାଲତ ଆମାଜନ ସପକ୍ଷରେ ରାୟ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories