www.samajalive.in
Tuesday, December 9, 2025
16.1 C
Bhubaneswar

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା; କହିଲେ- ଅପରାଗ ଅଧିକାରୀଙ୍କୁ ଜେଲରେ ଭର୍ତ୍ତି କର, ନଚେତ ଅଦାଲତ ଅବମାନନା ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ୨ୟ ତରଙ୍ଗ ଯୋଗୁ ସାରା ଦେଶରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ଅମ୍ଳଜାନ ଅଭାବରୁ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ଜୀବନ ଯାଉଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଡାକ୍ତରଖାନାଗୁଡ଼ିକୁ ଅମ୍ଳଜାନ ଯୋଗାଇବାରେ ବିଫଳ ହୋଇଛନ୍ତି। ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି। ଅପାରଗ ଅଧିକାରୀମାନଙ୍କୁ ଜେଲ୍‌ରେ ଭର୍ତ୍ତି କର, ନଚେନ ଅଦାଲତ ଅବମାନନାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରୁହ ବୋଲି ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ରାଜଧାନୀ ନୂଆଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, ଆପଣ ଦିଲ୍ଲୀକୁ କେତେ ଅମ୍ଳଜାନ ଦେଇଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ କିପରି କହିପାରିଲେ ଯେ ସୁପ୍ରିମକୋର୍ଟ ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ ଅମ୍ଳଜାନ ଦେବାକୁ ଆଦେଶ ଦେଇ ନାହାନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ଆଦେଶର ପାଳନ କରିବା କେନ୍ଦ୍ରର ଦାୟିତ୍ଵ। ଅପରାଗ ଅଧିକାରୀମାନଙ୍କୁ ଜେଲରେ ଭର୍ତ୍ତି କର, ନଚେନ ଅବମାନନା ପାଇଁ ପ୍ରସ୍ତୁତ ରୁହ। କିନ୍ତୁ ଏହା ଦ୍ବାରା ଦିଲ୍ଲୀକୁ ଅମ୍ଳଜାନ ମିଳିବ ନାହିଁ। କାମ କଲେ ହିଁ ମିଳିବ।

- Advertisement -

ସୂଚନାଯୋଗ୍ୟ, ରାଜଧାନୀରେ ଅମ୍ଳଜାନ ସଙ୍କଟକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ଦିଲ୍ଲୀ ହାଇକୋର୍ଟ ଗତ ମଙ୍ଗଳବାର ଅମ୍ଳଜାନ ସଙ୍କଟ ପ୍ରସଙ୍ଗରେ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ। ଏହା ପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ଆଜି ଏହି ମାମଲାର ଶୁଣାଣି ପାଇଁ ନିବେଦନ କରିଥିଲେ। କେନ୍ଦ୍ରର ଅନୁରୋଧକ୍ରମେ ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରିଥିଲେ।

ଅମ୍ଳଜାନ ସଙ୍କଟକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସମୟରେ ଦିଲ୍ଲୀ ସରକାର ଅଦାଲତଙ୍କୁ କହିଥିଲେ ଯେ, ଅନ୍ୟ ଦିନ ତୁଳନାରେ କେନ୍ଦ୍ରରୁ ଅଧିକ ଅମ୍ଳଜାନ ମିଳିଛି। କିଛିଦିନ ତଳେ ହାଇକୋର୍ଟ କେନ୍ଦ୍ରକୁ ତାଗିଦ କରି ନୋଟିସ ପଠାଇଥିଲେ। ଏହା ପରେ ଅମ୍ଳଜାନ ଯୋଗାଣ ପରିମାଣ ବଢ଼ିଥିଲା। ତେବେ କେନ୍ଦ୍ର ସରକାର ବୁଧବାର ହାଇକୋର୍ଟଙ୍କୁ କହିଥିଲେ ଯେ, ଗତ ଦିନର ଶୁଣାଣିକୁ ଗଣମାଧ୍ୟମଗୁଡ଼ିକ ଏପରି ଦର୍ଶାଇଲେ ଯେ, ଯେପରି ଆମେ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ନୋହୁଁ। ଏମିତିରେ ଆମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛୁ।

ଏହା ପୂର୍ବରୁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ, ଦେଶର ରାଜଧାନୀକୁ ଅମ୍ଳଜାନ ଯୋଗାଣ ସମ୍ବନ୍ଧରେ ଦିଆଯାଇଥିବା ଆଦେଶକୁ ପାଳନ ନ କଲେ ଅଧିକାରୀମାନଙ୍କ ବିରୋଧରେ କ’ଣ ପାଇଁ ଅଦାଲତ ଅବମାନନା ମାମଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ। ଏ ସମ୍ପର୍କରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଯେଉଁ ଅଧିକାରୀମାନେ ବର୍ତ୍ତମାନ ସମୟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଅଦାଲତ ଅବମାନନା ମାମଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories