ଦେଶ ଖବର
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କଲେ ସୁପ୍ରିମକୋର୍ଟ। ଅପରାଗ ଅଧିକାରୀଙ୍କୁ ଜେଲରେ ଭର୍ତ୍ତି କର, ନଚେତ ଅଦାଲତ ଅବମାନନା ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ।
ଲକ୍ଷ୍ନୌ: ଅମ୍ଳଜାନ ଯୋଗାଣ କରା ନ ଯିବା ଫଳରୋ କରୋନା ରୋଗୀଙ୍କ ମୃତ୍ୟୁ ଏକ ଆପରାଧିକ କାର୍ଯ୍ୟ। ଏହା ନରସଂହାର ସହିତ ସମାନ ବୋଲି କହିଛନ୍ତି ଉତ୍ତରପ୍ରଦେଶର ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ।
ମୁମ୍ବଇ: ଦେଶରେ କରୋନା ଜନିତ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପଦକ୍ଷେପ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବ୍ୟାଙ୍କଗୁଡିକ ପାଇଁ ତିନିବର୍ଷ ଅବଧିର ୫୦ ହଜାର କୋଟି ଟଙ୍କା ପାଣ୍ଠି ଯୋଗାଇଦେବାକୁ ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ମରାଠା ସମ୍ପ୍ରଦାୟଙ୍କ ପାଇଁ ସଂରଣକ୍ଷ ଉପରେ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟ୍କା ଦେଇଛନ୍ତି। ମହାରାଷ୍ଟ୍ରରେ ମରାଠାମାନଙ୍କ ପାଇଁ ୧୬% ସଂରଣକ୍ଷ ଦେବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ନିରସ୍ତ୍ର କରିଦେଇଛନ୍ତି।
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୮୨ ହଜାର ୩୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ଓ ୩୭୮୦ ମୃତ। ମୋଟ ସଂକ୍ରମିତଙ୍କ ସଂଖ୍ୟା
କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ, ରାଜଭବନରେ ନିରାଡ଼ମ୍ବର ସମାରୋହରେ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଲେ ରାଜ୍ୟପାଳ ଜଗଦୀପ ଧନଖଡ଼।
କଲକାତା: ଶପଥ ଗ୍ରହଣ ଉତ୍ସବରେ ପୁଣି ଥରେ ମୁହାଁମୁହିଁ ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖଡ଼। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ହିଂସା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିଲା ସାମାନ୍ୟ ଯୁକ୍ତିତର୍କ।
କଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଯୋଗୁ ୨ ଦିନ ଭିତରେ ୧୪ ଜଣଙ୍କ ମୃତ୍ୟୁ, ହିଂସା ରୋକିବା ପାଇଁ ପୁଲିସ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶ।
ଅହମ୍ମଦାବାଦ: କରୋନା କଟକଣା ସତ୍ବେ ଗୁଜରାଟର ଅହମ୍ମଦାବାଦ ଅନ୍ତର୍ଗତ ସାନନ୍ଦର ନୱାପୁରା ଗ୍ରାମ ବଲୀୟାଦେବ ମନ୍ଦିରରେ ଏକାଠି ହୋଇ ପୂଜାର୍ଚ୍ଚନା ଅନେକ ମହିଳା। ସରପଞ୍ଚଙ୍କ ସମେତ ୨୩ ଜଣଙ୍କୁ ଅଟକ ରଖିଲା ପୁଲିସ।
ରାଜ୍ୟ ଖବର
ଭୁବନେଶ୍ଵର: ଗଞ୍ଜାମ ଜିଲାର ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି।
ଭୁବନେଶ୍ଵର: ଆଜି ରାଜ୍ୟର ୧୫ ଜିଲାରେ ଟିକାକରଣ ଅଭିଯାନକୁ ବନ୍ଦ ରଖାଯାଇଛି। ଆବଶ୍ୟକ ପରିମାଣର ଟିକା ମହଜୁଦ ନ ଥିବାରୁ କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ ଓ କଟକ ଜିଲାରେ ଟିକାକରଣ ବନ୍ଦ ରହିଛି।
ଭୁବନେଶ୍ଵର: ରାଜ୍ୟରେ ଆଜିଠାରୁ ୧୪ ଦିନିଆ ତାଲାବନ୍ଦ ଆରମ୍ଭ ହୋଇଛି। ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ କଟକଣା ଜାରି ରହିବ। ଏହି ସମୟ ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଥିବାବେଳେ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି।
ଭୁବନେଶ୍ଵର: ତାଲାବନ୍ଦ ଯୋଗୁ ଆଜିଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ମୋ ବସ ସେବା ବନ୍ଦ ରହିବା ନେଇ ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାହାର ରାଜ୍ୟରୁ ରେଳ ଏବଂ ବିମାନ ଦ୍ୱାରା ଫେରୁଥିବା ଲୋକଙ୍କ ପାଇଁ ମୋ ବସ୍ ସେବା ପ୍ରଦାନ କରିବ।
ଭୁବନେଶ୍ଵର: ରାଜ୍ୟରେ ଗୋଟିଏ ଦିନରେ ୯୮୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୩୧ ଆକ୍ରାନ୍ତ ଠାବ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧କୁ ବୃଦ୍ଧି ପାଇଛି।
ଭୁବନେଶ୍ଵର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ଗଜପତି ଓ କଳାହାଣ୍ଡି ଜିଲାରୁ ୩ ଜଣ ଲେଖାଏଁ, ରାୟଗଡା ଓ ସୁନ୍ଦରଗଡ ଜିଲାରୁ ୨ ଜଣ ଲେଖାଏଁ, ପୁରୀ, ସମ୍ବଲପୁର, ଗଜପତି, କଳାହାଣ୍ଡି ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁସଂଖ୍ୟା ୨୧୦୪କୁ ବୃଦ୍ଧିପାଇଛି।
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଏସଟିଏଫ ବୁଧବାର ଏକ ଆନ୍ତଃରାଜ୍ୟ ବନ୍ଧୁକ କାରବାରର ପର୍ଦ୍ଦାଫାଶ କରିଛି। ଭଦ୍ରକ ଜିଲା ରାଣୀତାଲ ନିକଟରେ ଏସଟିଏଫ ଟିମ ଚଢାଉ କରି ୨ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାରର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରାସାଦ ଓ ବାଲେଶ୍ୱରର ଶ୍ରୀକୃଷ୍ଣପୁରର ଗାଁର ବିଶ୍ୱନାଥ ବିଶୋୟୀ।



