www.samajalive.in
Monday, December 8, 2025
13.1 C
Bhubaneswar

‘ସୁପର୍‍ ସଂସ୍କାରୀ ଶାଢୀ’: ପୋଷାକକୁ ବଳାତ୍କାରର କାରଣ ଭାବୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ

ବୋଷ୍ଟନ : ପ୍ରସ୍ତୁତ ହୋଇଛି ‘ସୁପର୍‍ ସଂସ୍କାରୀ ଶାଢୀ’। କିଛିଦିନ ପୂର୍ବେ ଦିଲ୍ଲୀର ଜଣେ ମହିଳା ଛୋଟ ପୋଷାକ ପିନ୍ଧୁଥିବା ମହିଳାମାନଙ୍କୁ ସମାଲୋଚନା କରି କହିଥିଲେ ଯେ, ‘ଛୋଟ ପୋଷାକ ପିନ୍ଧିବା କାରଣରୁ ହିଁ ମହିଳାମାନେ ବଳାତ୍କାରର ଶିକାର ହେଉଛନ୍ତି’। ଏହି ମନ୍ତବ୍ୟ ପ୍ରତିକ୍ରିୟା ସ୍ୱରୂପ କଡ଼ା ଜବାବ ଦେଇ ବୋଷ୍ଟନର ତନ୍‍ଭୀ ଟଣ୍ଡନ ଓ ତାଙ୍କ ଟିମ୍‍ ବ୍ୟଙ୍ଗାତ୍ମକ ଶୈଳୀରେ ଏହି ଶାଢୀ ପ୍ରସ୍ତୁତ କରିଛନ୍ତି। ଏହି ଟିମ୍‍ କୌତୁହଳପୂର୍ଣ୍ଣ ନାମ ସହ କିଛି କାଳ୍ପନିକ ବସ୍ତ୍ର ଲଞ୍ଚ୍‍ କରିଛନ୍ତି। ଶାଢୀଗୁଡ଼ିକର ନାମ ଯଥାକ୍ରମେ, ସୁପର୍‍ ସଂସ୍କାରୀ ଆଣ୍ଟି ରେପ୍‍ ଶାଢୀ, ସଂସ୍କାରୀ ଆଇଟମ୍‍ ନମ୍ବର ଶାଢୀ, ସନ୍‍-ସ୍କାରୀ ବିଚ୍‍ ୱେର୍‍ ଶାଢୀ ଇତ୍ୟାଦି।

ତନ୍‍ଭୀ ଓ ତାଙ୍କ ଟିମର କହିବା କଥା, ଏଭଳି ମାନସିକତା ଚିନ୍ତାଜନକ ଯେ, ଯଦି କେହି ଛୋଟ ପୋଷାକ ପିନ୍ଧିଛି ତେବେ ତା’ର ବଳାତ୍କାର ହେବା ସୁନିଶ୍ଚିତ କିମ୍ବା ଏହାର ସମ୍ଭାବନା ବଢିଥାଏ। ମାତ୍ର ଆଜିକାଲି ତ ଅନେକ ଶିଶୁଙ୍କ ସହ ମଧ୍ୟ ବଳାତ୍କାର ହେବାର ଖବର ଶୁଣିବାକୁ ମିଳୁଛି। ତନ୍‍ଭୀ ଏଭଳି ଏକ ୱେବସାଇଟର ପରିଚାଳିକା ଯେଉଁଠି ଏହି ପ୍ରକାର ପ୍ରସଙ୍ଗ ଉଠାଇ ଆଲୋଚନା ଓ ସମାଲୋଚନା କରାଯାଏ। ତାଙ୍କ ଟିମ୍‍ ବ୍ୟଙ୍ଗାତ୍ମକ ଶୈଳୀରେ ଏହି ପ୍ରସଙ୍ଗକୁ ବିରୋଧ କରିବାକୁ ଚେଷ୍ଟା କରିଛନ୍ତି। ଏହି ଶାଢୀ ମାଧ୍ୟମରେ ସେ କୋମଳମତି ଶିଶୁଙ୍କ ସହ ହେଉଥିବା ବଳାତ୍କାର ଉପରେ ଶକ୍ତ ପ୍ରହାର କରିଛନ୍ତି। ତାଙ୍କର ଏହି ଶାଢୀକୁ ନେଇ ସେ କହିଛନ୍ତି, ଏହାକୁ ପିନ୍ଧିବା ପରେ ଆପଣ ସଂମ୍ପୂର୍ଣ୍ଣ ଲୁଚି ଯିବେ ଓ ଯେତେବେଳେ ଆପଣଙ୍କ ଶରୀରର କୌଣସି ଅଙ୍ଗ ଦେଖା ହିଁ ଯିବନି ସେତେବେଳେ ବଳାତ୍କାର କିପରି ହେବ।

- Advertisement -

ତନ୍‍ଭୀଙ୍କ କହିବା ଅନୁସାରେ, ଯୌନ ଉତ୍ପୀଡ଼ନ ଉପରେ ଗମ୍ଭୀର ଚିନ୍ତନର ଆବଶ୍ୟକତା ରହିଛି। ଆମେ ଏପରି ଚିନ୍ତାଧାରା ପୋଷଣ କରୁଥିବା ଲୋକମାନଙ୍କୁ ନିଜ ଶୈଳୀରେ ଉପହାସ କରିବାକୁ ପ୍ରୟାସ କରିଛୁ ଯେଉଁମାନେ କେବଳ ପୋଷାକକୁ ହିଁ ବଳାତ୍କାରର ଦୋଷୀ ବୋଲି ବିବେଚନା କରିଥାଆନ୍ତି। ସେ କହିଛନ୍ତି, ବଳାତ୍କାର କରିବା ଏକ ବିକୃତ ମାନସିକତା। ଏହାର ପୋଷାକ ପରିଧାନ ସହ କୌଣସି ସମ୍ପର୍କ ନାହିଁ। ଏହି ଶାଢୀ ସେହିମାନଙ୍କ ପାଇଁ ଏକ କଡ଼ା ଜବାବ ଯେଉଁମାନେ ଆଜି ମଧ୍ୟ ବଳାତ୍କାର ପାଇଁ ମହିଳା ଓ ତାଙ୍କ ପୋଷାକକୁ ହିଁ ଦାୟୀ କରିଥାଆନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories