www.samajalive.in
Saturday, December 6, 2025
26.1 C
Bhubaneswar

ବିଭିନ୍ନ ସମସ୍ୟା ଦୂର ପାଇଁ ଗୁଆର ବ୍ୟବହାର

ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ମହତ୍ତ୍ୱ ରହିଛି। ପୂଜାରେ ବ୍ୟବହାର କରାଯାଉଥିବା ଗୁଆର ମଧ୍ୟ ବିଶେଷତ୍ୱ ରହିଛି। ଗୁଆକୁ ଭଗବାନ ଗଣେଶ ଓ ମାତା ପାର୍ବତୀଙ୍କ ସ୍ୱରୂପ ବୋଲି ମାନ୍ୟତା ରହିଛି। ଗୁଆର ବ୍ୟବହାର ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପୂଜାରେ ମଧ୍ୟ କରାଯାଏ। ଗୁଆ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ଆର୍ଥିକ ସମସ୍ୟା ଠାରୁ ଆରମ୍ଭ କରି ବିବାହ ସହ ଜଡିତ ଅନେକ ସମସ୍ୟାକୁ ଗୁଆ ଦୂର କରି ଥାଏ। ଜାଣନ୍ତୁ ଗୁଆର ବ୍ୟବହାର……..
ପୂଜାର୍ଚ୍ଚନା ସମୟରେ ୨ଟି ଗୁଆର ବ୍ୟବହାର ଭଗବାନ ଗଣେଶ ଓ ମାତା ଗୌରୀଙ୍କର ସ୍ୱରୂପ ଭାବେ ବ୍ୟବହାର କରାଯାଏ। ଏହି ସମୟରେ ଗୁଆରେ ଅକ୍ଷତ,ଚନ୍ଦନ,ଫୁଲ ଆଦି ଅର୍ପଣ କରାଯାଇଥାଏ। ପୂଜା ପରେ ଏହି ଗୁଆରେ
ଲାଲ ରେଶମୀ ସୂତାରେ ବାନ୍ଧି ଟଙ୍କା ପଇସା ଥିବା ସ୍ଥାନରେ ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନ ସମ୍ପତ୍ତି ଆଦି ବୃଦ୍ଧି ହୋଇଥାଏ।
କର୍ମକ୍ଷେତ୍ର,ବ୍ୟବସାୟ ଓ ଅନ୍ୟ କୌଣସି କାର୍ଯ୍ୟରେ ସଫଳତା ପାଇଁ ଘରୁ ବାହାରିବା ସମୟରେ ନିଜ ପାଖରେ ପାନ ପତ୍ର ଓ ଗୁଆ ରଖନ୍ତୁ। ଏହାପରେ ଘରକୁ ଫେରିବା ପରେ ଏହାକୁ ଭଗବାନ ଗଣେଶଙ୍କୁ ସମର୍ପଣ କରନ୍ତୁ।
ବିବାହରେ ସମସ୍ୟା ଲାଗି ରହୁଥିଲେ ଏକ ଗୁଆକୁ ରେଶମୀ ସୂତାରେ ବାନ୍ଧି ଅକ୍ଷତ,କୁଙ୍କୁମ ଓ ଫୁଲ ସହ ପୂଜାର୍ଚ୍ଚନା କରନ୍ତୁ। ଏହାପରେ ଏହି ଗୁଆକୁ ବିଷ୍ଣୁଙ୍କ ମନ୍ଦିରରେ ନେଇ ରଖନ୍ତୁ। ଏପରି କରିବା ଦ୍ୱାରା ଜାତକରେ ବିବାହ ଜନିତ ସମସ୍ୟା ଥିଲେ ଦୂର ହେବ। ବିବାହ ପରେ ସେହି ଗୁଆକୁ ଜଳରେ ଭସାଇ ଦିଅନ୍ତୁ।
କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତା ପ୍ରାପ୍ତି ପାଇଁ କିଛି କୁଙ୍କୁମକୁ ଗାଈ ଘିଅରେ ମିଶାନ୍ତୁ। ଏହାକୁ ବ୍ୟବହାର କରି ଏକ ପାନପତ୍ରରେ ସ୍ୱସ୍ତିକ ବନାନ୍ତୁ। ଏହାପରେ ଏକ ଗୁଆକୁ ରେଶମୀ ସୂତାରେ ବାନ୍ଧି ରଖନ୍ତୁ। ନିୟମିତ ଏହାର ପୂଜା କରନ୍ତୁ।
ବ୍ୟବସାୟରେ ଉନ୍ନତି ପାଇଁ ଗୁଆ ଖୁବ ଲାଭଦାୟକ। ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷର ବିଧିପୂର୍ବକ ପୂଜା କରନ୍ତୁ। ଏହା ମୂଳରେ ଏକ ଟଙ୍କା ଓ ଗୁଆ ରଖି ଦିଅନ୍ତୁ। ପରଦିନ ସକାଳେ ସେହି ଗଛର ଏକ ପତ୍ର ନେଇ ଆସନ୍ତୁ। ସେହି ପତ୍ର ଉପରେ ଗୁଆ ରଖି ଧନ ରଖିବା ସ୍ଥାନରେ ରଖନ୍ତୁ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories