ନୂଆଦିଲ୍ଲୀ : ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସନି ଦେଓଲଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଅଭିନେତା ସନି ଦେଓଲ ପ୍ରଚାର ବନ୍ଦ ହେବା ପରେ ମଧ୍ୟ ଶୁକ୍ରବାର ପଠାନକୋଟରେ ନିର୍ବାଚନୀ ସଭା କରୁଥିବା ଅଭିଯୋଗ ହୋଇଛି। ଏହି ନିର୍ବାଚନୀ ସଭାରେ ୨୦୦ରୁ ଅଧିକ ଲୋକ ରହିବା ସହ, ସନି ଦେଓଲ ଏକ ସାଉଣ୍ଡ ବକ୍ସର ବ୍ୟବହାର କରିଥିବା ଜଣାପଡିଛି।
ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ବନ୍ଦ ହେବା ପରେ ମଧ୍ୟ ସନି ଦେଓଲ ନିର୍ବାଚନୀ ସଭା କରିଥିବା ଏହି ନୋଟିସରେ ଉଲ୍ଲେଖ କରାଯାଇଛି। ରବିବାର ପଞ୍ଜାବର ୧୩ଟି ଲୋକସଭା ଆସନ ପାଇଁ ଭୋଟଦାନ କରାଯିବ।
ସନି ଦେଓଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍
Popular Categories



