www.samajalive.in
Monday, December 8, 2025
27.1 C
Bhubaneswar

ସାକ୍ଷୀ ଗୋପୀନାଥଙ୍କ ସୁନିଆଁ ଭେଟି ପର୍ବ ପାଳିତ

ସୁଆଣ୍ଡୋ: ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ଜଣାଶୁଣା ସାକ୍ଷୀଗୋପଳ ମନ୍ଦିରରେ ଶ୍ରୀ ସାକ୍ଷୀ ଗୋପୀନାଥଙ୍କ ସୁନିଆଁ ପର୍ବ ବୁଧବାର ପାଳିତ ହୋଇଯାଇଛି। ଦୈନନ୍ଦିନ ଦେବନୀତି କରାଯିବା ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦରେ ସଜା ଯାଇଥିଲା। ସନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସେବକମାନେ ସୁନିଆଁ ଉପଲକ୍ଷେ ଠାକୁରଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ। ଏହି ବେଶରେ ଠାକୁର ପାଟ, ପିତାମ୍ବରୀ, ସୁବର୍ଣ୍ଣ ବଂଶୀ, ମକର କୁଣ୍ଡଳ, ଚାପସରୀ, ନୁଡୁକ, ହୀରା ମୁଦ୍ରିକା, ବେଙ୍ଗପାଟିଆ, ସୁବର୍ଣ୍ଣ ମୁକୁଟ, ବାଙ୍କି ନୂପୁର ସହିତ ତୁଳସୀ ଓ ଫୁଲମାଳ ଆଦି ପରିଧାନ କରିଥିଲେ । ମହାପ୍ରଭୁଙ୍କ ରାଜା ବେଶ ଦେଖିବାକୁ ମନ୍ଦିର ରେ ଭକ୍ତମାନଙ୍କ ଗହଳି ପରିଲକ୍ଷିତ ହୋଇଥିଲା। ପାରମ୍ପରୀକ ସୁନିଆଁ ଭେଟି ଦେବାପାଇଁ ଗୋପାଳପୁର ପଟଣା ଗ୍ରାମରୁ ମହାଜନ ମାନେ ଘଣ୍ଟ ବଜାଇ, ମଶାଲ ଜଳାଇ ମନ୍ଦିରରେ ପହଞ୍ଚିଥିଲେ। ପ୍ରଜା ଭାବରେ ଠାକୁରଙ୍କୁ ଭେଟି ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଲୋକମାନେ ଆସିଥିବାର ଦେଖାଯାଇଥିଲା। ସାଙ୍ଗରେ ଫୁଲମାଳ ଭୋଗ ନୈବେଦ୍ୟ ଓ ସର ଲବଣୀ ଭାର ଠାକୁରଙ୍କ ପାଇଁ ଆଣିଥିବା ଦେଖାଯାଇଥିଲା। ଏହିପର୍ବରେ ମନ୍ଦିରର ସେବାୟତମାନେ ନିଜେ ନିଜେ ତିଆରି କରିଥିବା କଟୂରୀ, ପନିକି, କୋରଣା, ପିଢା, ରୁଖା ଆଦି ବର୍ଷକୁ ଥରେ ମନ୍ଦିରରେ ବ୍ୟବହାର ନିମନ୍ତେ ଅର୍ପଣ କରିଥିଲେ। ସୁନିଆଁ ଭେଟି ନିମନ୍ତେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଶ୍ରଦ୍ଧାଳୁମାନଙ୍କର ତାଲିକା ପଢ଼ିବା ପରେ ଜଣଜଣ କରି ଭେଟି ପ୍ରଦାନ କରିଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories