www.samajalive.in
Monday, December 8, 2025
13.1 C
Bhubaneswar

ଓଟିଇଏଲପି ତରଫରୁ ଲାଗିଛି ଚାଷ ଜମିରେ ଘାସ: ବିକ୍ରି ବ୍ୟବସ୍ଥ୍ୟା ନାହିଁ, ଚାଷୀ ମୁଣ୍ଡରେ ଲଦି ହେଉଛି ଲେମନ ଘାସର ତେଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମଥିଲି ବ୍ଲକର କର୍ତନପଲ୍ଲୀ ଗ୍ରାମରେ ଓଟିଇଏଲପି ତରଫରୁ ଲେମନ ଗ୍ରାସର ଚାଷ କରାଯାଇଛି। କିନ୍ତୁ ଏହି ଚାଷରୁ ଉତ୍ପାଦିତ ତେଲର ଅଭାବି ବିକ୍ରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଏହି ଗ୍ରାମରେ ଚାଷୀ ଚୟନ କରାଯାଇ ୨୦୨୧ ମସିହାରେ ୪ ହେକଟର ଜମିରେ ଲେମନ ଗ୍ରାସ ଚାଷ କର।ଯାଇଥିଲା। ଚାଷୀମାନେ ଉତ୍ସାହିତ ହୋଇ ସରକାରୀ ବାବୁଙ୍କ କଥା ଶୁଣି ଚାଷ କରିଥିଲେ। ଏହି ଚାଷ ନିମନ୍ତେ ମନରେଗା ଯୋଜନା ମାଧ୍ୟମରେ ୧୨୧୭୧୯୩ ଲକ୍ଷ ଟଙ୍କା ଅଟକଳ କରାଯାଇ ବିଭିନ୍ନ ଚାଷୀଙ୍କ ଜମିରେ ଲେମନ ଗ୍ରାସ ଚାଷ କାରାଯାଇଥିଲା। ଏହି ଘାସରୁ ତେଲ ବାହାର କରିବା ନିମନ୍ତେ ଓଡ଼ିଶା ଆଗ୍ରୋ ତରଫରୁ ୮୬୫୧୧୭ ଲକ୍ଷ ଟଙ୍କା ବିଶିଷ୍ଟ ମେଶିନ ଲଗାଯାଇଛି। ଏହି ମେଶିନ କିପରି ଚାଲିବ ଏବଂ ତେଲ ବାହାରିବା ସମ୍ବନ୍ଧରେ ଚାଷୀଙ୍କୁ ସମସ୍ତ କୌଶଳ ତାଲିମ ଦିଆଯାଇଥିଲା। ବର୍ତମାନ ଚାଷୀଙ୍କ କହିବା ଅନୁସାରେ, ଚ।ଷକରିବା ଏବଂ ତେଲ ବାହାର କରିବା ସବୁ ଠିକ ଅଛି। କିନ୍ତୁ ବିକ୍ରି ବ୍ୟବସ୍ଥା ଠିକ ନଥିବା ଯୋଗୁ ଏହି ପ୍ରକଳ୍ପ ବାଟବଣା ହୋଇଛି। ଆମେ ଚାଷ କରୁଛୁ, କିନ୍ତୁ ସରକାରୀ ବାବୁ ଆସି ଚାଷ ଜମିରେ ଘାସ ଲଗାଇ ଦେଇ ଆମକୁ ଅଡୁଆରେ ପକାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ। ଏହି ତେଲ ଲିଟର ପିଛା ୨୦୦୦ ଟଙ୍କା ବିକ୍ରି ହେବ ବୋଲି କୁହାଯାଉଥିଲା। କିନ୍ତୁ ଆରମ୍ଭରୁ ଜଣେ ଆସି ତେଲ ନେଉଥିଲେ ଏବଂ ଲିଟର ପିଛା ଚାଷୀଙ୍କୁ ୧୫୦୦ ଟଙ୍କା ଦେଉଥିଲେ। ବର୍ତମାନ ତେଲ କିଣିବା ନିମନ୍ତେ କେହି ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

- Advertisement -

ଚାଷୀଙ୍କ କହିବା ଅନୁସାରେ, ଜୟସିଙ୍ଗ ଭୂମିଆଙ୍କ ୨ ଏକର ଜମିରେ ଲେମନ ଗ୍ରାସ ଚାଷ ହୋଇଥିବା ବେଳେ ତାଙ୍କ ନିକଟରେ ବର୍ତମାନ ୨୮ ଲିଟର ତେଲ ଆଭାବି ବିକ୍ରି ହୋଇ ରହିଛି। ସେହିପରି ପତି ଭୂମିଆ ୨ ଏକର, ତାଙ୍କ ନିକଟରେ ୨୮ ଲିଟର, ଦେବ ଭୂମିଆ ୧ ଏକର, ତାଙ୍କ ନିକଟରେ ୧୪ ଲିଟର ଲେମନ ଗ୍ରାସ ତେଲ ଗଚ୍ଛିତ ରହିଛି। ଏହି ତେଲ ଉଚିତ ମୂଲ୍ୟରେ ବିକ୍ରି ବ୍ୟବସ୍ଥା କରାଯିବା ନିମନ୍ତେ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଓଟିଇଏଲପି ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ମେହେରଙ୍କୁ ପଚାରିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ। ପରେ ୨୬.୧୦.୨୧ ତାରିଖରେ ତତ୍କାଳୀନ ଜିଲ୍ଲାପାଳ କାର୍ଯ୍ୟ ତଦାରଖ ଓ ପରିଦର୍ଶନ କରିଥିଲେ। ଚିଠି ନମ୍ବର ୨୦୭ /ଏକ୍ସ ଭି /୦୧ ଏ ଗ୍ରି/ ତାରିଖ ୨୭.୧୦.୨୧ ପ୍ରକାରରେ ମଥିଲି ବିଡିଓଙ୍କୁ ଏହି ପ୍ରକଳ୍ପ ହସ୍ତାନ୍ତର କରାଯାଇଥିଲା। ବର୍ତମାନ ମଥିଲି ବ୍ଲକ ତରଫରୁ ଏହି ପ୍ରକଳ୍ପ ପରିଚାଳନା କରାଯାଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମଥିଲି ବିଡିଓ ଆଶିଷ କୁମାର ଭୋଇଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିଉତ୍ତର ମିଳି ପରିନାହିଁ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories