www.samajalive.in
Monday, December 8, 2025
27.1 C
Bhubaneswar

ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଲା ସୁଗମ୍ୟ ଯାତ୍ରା-୨୦୨୫

ଡେସ୍କ: ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୁବନେଶ୍ବରରେ ସୁଗମ୍ୟ ଯାତ୍ରା-୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭିନ୍ନକ୍ଷମ ମାନଙ୍କ ସହଜଗମ୍ୟତା ବୃଦ୍ଧି ପାଇଁ ‘YES TO ACCESS’ Appର ଶୁଭାରମ୍ଭ ମଧ୍ୟ ହୋଇଛି। ଏହା ଶାରୀରିକ ଅସମର୍ଥ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ସେବା ଏବଂ ପ୍ରତିଷ୍ଠାନଗୁଡ଼ିକ ଅଭିଗମ୍ୟ କି ନୁହଁ, ତାହା ମୂଲ୍ୟାଙ୍କନ କରି ସଂଶୋଧନ କରିବାରେ ସାହାଯ୍ୟ କରେ। ସମସ୍ତଙ୍କ ପାଇଁ ସହଜ ଅଭିଗମ୍ୟତା ଏବଂ ସମାନ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଏହା ଏକ ସୁନ୍ଦର ପ୍ରୟାସ ବୋଲି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ଏଥିଲାଗି ଭୁବନେଶ୍ବରର ୩ଟି ଜୋନ ପାଇଁ ୩ଟି ଟିମ୍‌ ଗଠିତ ହୋଇଥିବା ବେଳେ ସମ୍ପୃକ୍ତ ଟିମ୍‌ ବିଭିନ୍ନ କାର୍ଯ୍ୟାଳୟ ବୁଲି ଦିବ୍ୟାଙ୍ଗଙ୍କ ପାଇଁ କଣ ବ୍ୟବସ୍ଥା ରହିଛି ତାହାର ତଦାରଖ କରିବେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories