www.samajalive.in
Monday, December 8, 2025
27.1 C
Bhubaneswar

ଜନ ସଚେତନତା ଉଦ୍ଦେଶ୍ୟରେ ଗଡିଲା ସୁଭଦ୍ରା ରଥ

ବାସୁଦେବପୁର: ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ବର୍ଷକୁ ଦଶହଜାର ଟଙ୍କା। ଯାହାକୁ ନେଇ ଆଧାର କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଜମୁଛି ଭିଡ। ଭିଡକୁ ନେଇ ଆସୁଛି ଶୋଷଣ ଅଭିଯୋଗ। ଏହିସବୁକୁ ଦୃଷ୍ଟିରେ ରଖି ଏହି ଯୋଜନା ସଂପର୍କରେ ବ୍ୟାପକ ଜନସେଚତନା ସୃଷ୍ଟି କରିବା ଉଦେଶ୍ୟରେ ଗଡିଛି ସୁଭଦ୍ରା ରଥ। ଗଣେଷ ପୂଜା ଅବସରରେ ବରଣ୍ଡୁଆ ପଞ୍ଚାୟତରୁ ଏହି ରଥର ଶୁଭାରମ୍ଭ ହୋଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ରପ୍ରସାଦ ବିଶ୍ବାଳ, ବରଣ୍ଡୁଆ ସରପଞ୍ଚ ଗୋବିନ୍ଦ ମଳିକ, ଜିପିଓ ଅମିୟ ନାଥପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସୁଭଦ୍ରା ଯୋଜନା ସଂପର୍କରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ ଏହି ରଥ। ହିତାଧିକାରୀ ଭ୍ରମିତ ନହେବା ପାଇଁ ଏହି ସଚେତନତା ରଥର ପରିକଳ୍ପନା ବୋଲି ପଞ୍ଚାୟତ ସମିତିର ଅଧ୍ୟକ୍ଷ କହିଥିଲେ। ଏହି ଯୋଜନାରେ ପଞ୍ଜିକରଣ ପାଇଁ କୈାଣସି ନିଦ୍ଧିଷ୍ଟ ସମୟସୀମା ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇପାରିବେ। ତେବେ ଏହି ରଥ ସମସ୍ତ ପଞ୍ଚାୟତ ପରିକ୍ରମା କରିବ ବୋଲି ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories