www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍କଳର କଳା ସଂସ୍କୃତି କୁ ନେଇ ଭବିଷ୍ୟତ ଗଢିଲେ ଶିକ୍ଷିତ ଯୁବକ ସୁଶାନ୍ତ

ସୁଆଣ୍ଡୋ : ସମସ୍ତଙ୍କ ମନରେ ଥାଏ ଯେ କିଛି ନୂଆ କାମ କରି ସମାଜରେ ନିଜର ପରିଚୟ ସୃଷ୍ଟିକରିବା ପାଇଁ । ସେହିପରି ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଉତ୍କଳର କଳା ସଂସ୍କୃତି ର ବିକାଶ କରି ନିଜ ଭବିଷ୍ୟତ ଗଢି ପାରିଛନ୍ତି ଉଦୀୟମାନ ଯୁବକ ସୁଶାନ୍ତ କୁମାର ବେହେରା । ପୁରୀ – ଭୁବନେଶ୍ବର ନଂ ୩୧୬ ଜାତୀୟ ରାଜପଥ ଚନ୍ଦନପୁର ବାଇପାସ କଡରେ ଓଁ ୟୁନିଭରସିଆଲ ଆର୍ଟ ଆଣ୍ଡ କ୍ରାଫଟ ନାମକ ଏକ କଳାକୃତି ନିର୍ମାଣ ସଂସ୍ଥା । ଏଥିରେ ପ୍ରାୟ ଚାଳିଶ ଜଣ ଯୁବକଙ୍କୁ କର୍ମ ନିଯୁକ୍ତି ଦେଇଛନ୍ତି । ଓଡିଶା ତଥା ଭାରତର ବୃନ୍ଦାବନ ପ୍ରେମ ମନ୍ଦିର , ମଥୁରା , କାଶୀ, ଦିଲୀ,ଗୟା,ଠାରୁ ଆରମ୍ଭ କରି ନାଲକୋ ପୁରୀ ଗୌର ବିହାର ସହିତ ବିଭିନ୍ନ ସ୍ଥାନରେ ତାଙ୍କର କଳାକୃତି ମାନ ରହିଛି । ସେହିପରି ଓଡ଼ିଶାର ମହାପୁରୁଷ ପୁଣ୍ୟାତ୍ମା ଗୋପବନ୍ଧୁ, ମଧୁବାବୁ, ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସହିତ ବହୁ ଦିବଙ୍ଗତ କବି ସାହିତ୍ୟିକ ପଣ୍ଡିତ ମାନଙ୍କ ମୂର୍ତ୍ତି ମଧ୍ୟ କରୁଛନ୍ତି ବୋଲି କହନ୍ତି । ତିଆରି କରି ଆଗ୍ରହୀ ଅନୁଷ୍ଠାନ ମାନଙ୍କୁ ଯୋଗାଇ ଦେଉଛନ୍ତି । ରାଜ୍ୟ ବାହାରେ ତାଙ୍କର କାରିଗରଙ୍କ ଦ୍ବାରା ଏବେ କାମ ଚାଲିଛି । ଏସମ୍ପର୍କରେ ଶ୍ରୀ ବେହେରା କହନ୍ତି ତାଙ୍କ ବାପା ଓ ଦାଦା ଏହି କାମ ଆମ ଘରେ କରି ଆସୁଛନ୍ତି । ମୁଁ ପିଲାଦିନରୁ ଏହି ସବୁ କାମ ଦେଖି ଶିଖିଛି । ଫାଇବରରେ ଏହି ମୂର୍ତ୍ତି ସବୁ କରାଯାଇଥାଏ । ପ୍ରଥମେ ମାଟିର ମଡେଲ କରାଯାଇ ପ୍ଲାଷ୍ଟର ଅଫ ପାରିସ ରେ ଛାଞ୍ଚରେ ପକାଯାଇ ଏହି ମୂର୍ତ୍ତି ହୋଇଥାଏ ବୋଲି ସେ କହନ୍ତି । ଇଚ୍ଛା ଥିଲେ ସୁବିଧା ସୁଯୋଗ ସମୟ କ୍ରମେ ସବୁ ମିଳିଯାଇଥାଏ । ତେବେ ଉତ୍କଳର କଳା ସଂସ୍କୃତି ଏବେ ବି ଋଦ୍ଧିମନ୍ତ ହେଉଛି ତାହା ଗୌରବର କଥା ବୋଲି କୁହାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories