www.samajalive.in
Sunday, December 7, 2025
13.1 C
Bhubaneswar

ବିଦ୍ୟାଳୟରେ ପଢାଯିବ ଅଭିନନ୍ଦନଙ୍କ ବୀରତ୍ୱ କାହାଣୀ

ଜୟପୁର : ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ପାଠ୍ୟକ୍ରମରେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ବୀରତ୍ୱ କାହାଣୀ ବିଷୟରେ ପାଠପଢିବେ। ରାଜସ୍ଥାନ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରଙ୍କ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ମନ୍ତ୍ରୀ ଗୋବିନ୍ଦ ସିଂହଙ୍କ କହିବା ଅନୁସାରେ, ଅଭିନନ୍ଦନ ପିଲାବେଳେ ଯୋଧପୁରର ଏକ ବିଦ୍ୟାଳୟରେ ପାଠ ପଢିଥିଲେ। ରାଜସ୍ଥାନ ସହ ଅଭିନନ୍ଦନଙ୍କ ସମ୍ପର୍କ ପୂର୍ବରୁ ହିଁ ରହିଆସିଛି। ତେଣୁ ତାଙ୍କ ବୀରଗାଥାକୁ ପିଲାମାନେ ପଢିଲେ ବହୁତ କିଛି ଶିଖିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।


ସୂଚନାଯୋଗ୍ୟ ଯେ, ପାକିସ୍ତାନ ଅଧିକୃତ କାଶ୍ମୀରର ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ନିଜର ଯୁଦ୍ଧ ବିମାନ ଏଫ୍‍-୧୬ ଦ୍ୱାରା ଆକ୍ରମଣ କରିଥିଲା। ଯାହାର ପ୍ରତି ଆକ୍ରମଣ କରି ଅଭିନନ୍ଦନ ବର୍ଦ୍ଧମାନ ଏହି ବିମାନକୁ ଧ୍ୱଂସ କରିଥିଲେ। କିନ୍ତୁ, ଭୁଲବଶତଃ ଅଭିନନ୍ଦନ ପିଓକେ ସୀମାରେ ପଡିଯାଇଥିଲେ। ପରେ ତାଙ୍କୁ ପାକିସ୍ତାନ ସେନା ନିଜ କବଜାକୁ ନେଇଯାଇଥିଲା। ଅନ୍ତଜାର୍ତୀୟ କୁଟନୀତି ଚାପରେ ପାକିସ୍ତାନ ଅଭିନନ୍ଦନଙ୍କୁ ନିସର୍ତ୍ତରେ ଭାରତର ହସ୍ତାନ୍ତର କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories