www.samajalive.in
Friday, December 5, 2025
27.1 C
Bhubaneswar

ହାତୀ ପାଇଁ ଜି. ଉଦୟଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଜି. ଉଦୟଗିରି: ଉତ୍ତର ଘୁମୁସର ବନଖଣ୍ଡରୁ ପଳାଇ ଆସିଥିବା ଗୋଠାଛଡା ରକ୍ତମୁଖା ଦନ୍ତା ଜି.ଉଦୟଗିରି ବନାଞ୍ଚଳରେ ମାସାଧିକ କାଳ ଧରି ଉପଦ୍ରବ ଚଳାଇଛି। ଏହି ହାତୀ ଦୁଇ ଜଣଙ୍କୁ ଦଳି ମାରିବା ସହିତ ୬ରୁ ଅଧିକ ଗୋରୁଙ୍କୁ ବି ମାରିଛି। ତା’ ସହିତ ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛି। ହାତୀ ଉପଦ୍ରବରେ ଅତିଷ୍ଠ ଅଞ୍ଚଳବାସୀ ମଙ୍ଗଳବାର ଜି. ଉଦୟଗିରି ବନ୍ଦ ଡାକରା ଦେଇଛନ୍ତି। ହାତୀକୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଅଞ୍ଚଳବାସୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି।

ସୂଚନାଯୋଗ୍ୟ, ଏହି ଗୋଠଛଡ଼ା ଦନ୍ତା ସୋମବାର ପୁଣି ଥରେ ଜି. ଉଦୟଗିରି ଅଞ୍ଚଳକୁ ଫେରି ଉପଦ୍ରବ କରିଥିଲା। ଦିବାଗୁଦା ଅଞ୍ଚଳରେ ହାତୀଟି ସୁରୁସୁ ପ୍ରଧାନଙ୍କ ୨ଟି ବଳଦକୁ କଚାଡ଼ି ମାରିଦେଇଥିଲା। ତାଙ୍କ ଗୁହାଳ ମଧ୍ୟ ଭାଙ୍ଗି ଦେଇଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚି କିଛି ଗାଈଙ୍କୁ ଉଦ୍ଧାର କରିଥିଲେ।

- Advertisement -

ଗତ ଜୁଲାଇ ୨୬ରେ ଜି. ଉଦୟଗିରି ସେକ୍ସନ ଅଞ୍ଚଳରେ ହାତୀଟି ସାମନ୍ତ ଦିଗାଲ ନାମକ ବ୍ୟକ୍ତିଙ୍କୁ କଚାଡ଼ି ମାରିଥିଲା। ଏହାର ଦିନକ ପରେ ୨୮ ତାରିଖରେ ପାନୁରିଆ ସେକ୍ସନ ଅନ୍ତର୍ଗତ ଆଦୁନାଜୁ ଗ୍ରାମର ପ୍ରଶାନ୍ତ ନାୟକଙ୍କୁ କଚାଡ଼ି ମାରିଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories