www.samajalive.in
Monday, December 8, 2025
27.1 C
Bhubaneswar

ଷ୍ଟିଭ୍‌ ଜବ୍ସଙ୍କ ପ୍ରଥମ ଆଇଫୋନ୍ କଲ୍

ଆଇ-ଫୋନ୍, ସ୍ମାର୍ଟ ଫୋନ୍ ବଜାରରେ ଏଇ ଫୋନ୍‌ର ସ୍ଥାନ ବେଶ୍ ସ୍ବତନ୍ତ୍ର। ଆପଲ୍‌ କମ୍ପାନୀର ସିଇଓ ସ୍ବର୍ଗୀୟ ଷ୍ଟିଭ୍‌ ଜବ୍ସଙ୍କର ଯୁବପିଢ଼ିଙ୍କୁ ଆଇ ଫୋନ୍ ଏକ ଉଚ୍ଚକ୍ଷମତାସମ୍ପନ୍ନ ଯାନ୍ତ୍ରିକ ଉପହାର। ନିଜ ଟିମ୍‌ ସଦସ୍ୟଙ୍କ ସହ ଅକ୍ଳାନ୍ତ ପରିଶ୍ରମ କରିବା ପରେ ହିଁ ଏହି ଫୋନ୍‌‌୍କୁ ଷ୍ଟିଭ୍ ତିଆରି କରିଥିଲେ। ୨୦୦୭, ଜାନୁଆରୀ ୯ରେ ଏଇ ଫୋନ୍‌‌ ସର୍ବସମ୍ମୁଖରେ ଉନ୍ମୋଚନ ହୋଇଥିଲା। ଆମେରିକାର ମସକୋନ୍‌ ସେଣ୍ଟର୍‌ରେ ସେଦିନ ଆଇଫୋନ୍‌‌ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଷ୍ଟିଭ୍ ଏଥିରେ ପରିଚାଳନା ଦାୟିତ୍ବରେ ଥିଲେ। ବଜାର ପ୍ରବେଶ ପୂର୍ବରୁ ଆଇଫୋନ୍‌‌ର ବିଜ୍ଞାପନ ଗ୍ରାହକଙ୍କୁ ଆକର୍ଷିତ କରିବା ଜରୁରୀ। ଏହି ଫୋନ୍‌ର ବୈଶିଷ୍ଟ୍ୟମାନ ଷ୍ଟିଭ୍ ପ୍ରକାଶ କରିବା ସହ ଉପସ୍ଥିତି ଜନସାଧାରଣଙ୍କ ଅନୁରୋଧରେ ପ୍ରଥମ କଲ୍‌ କଲେ। ପ୍ରଥମ କଲ୍‌ ସେ ସାନ୍‌ଫ୍ରାନସିସ୍‌କୋର ଷ୍ଟାରବକ୍ସ କଫି ସପ୍‌କୁ କରି ଫୋନ୍‌କୁ ସ୍ପିକର୍‌ରେ ରଖିଲେ। ଷ୍ଟାରବକ୍ସର ଜନୈକ କର୍ମଚାରୀ ଫୋନ୍ ଉଠାଇବା ପରେ ଷ୍ଟିଭ୍‌ ତାଙ୍କୁ ଅଭିବାଦନ ଜଣାଇ ୪,୦୦୦ କପ୍ କଫି ବରାଦ୍ କଲେ। କର୍ମଚାରୀଜଣକ ଆଶ୍ଚର୍ଯ୍ୟ ହେଲେ କାରଣ ୪ହଜାର କପ୍ କଫି ଆଦୌ ଛୋଟ ପରିମାଣ ନଥିଲା। ସେ ଅଧିକ କିଛି ଭାବିବା ପୂର୍ବରୁ ଷ୍ଟିଭ୍ ଫୋନ୍ ଏ ପାଖରୁ ଜୋର୍‌ରେ ହସି କହିଥିଲେ, କ୍ଷମା କରିବେ, ମୁଁ ମଜା କରୁଥିଲି। ପରେ ଷ୍ଟିଭ୍ ଫୋନ୍ କାଟିଦେଇଥିଲେ। ଷ୍ଟିଭ୍‌ଙ୍କ ଏଇ ପ୍ରଥମ ଆଇଫୋନ୍‌ କଲ୍‌ର ସମ୍ପୂର୍ଣ୍ଣ ବିବରଣୀ ଷ୍ଟାରବକ୍ସର ସାନ୍‌ଫ୍ରାନସିସକୋର ସମସ୍ତ ଷ୍ଟୋର୍‌ରେ ଉଲ୍ଲେଖ ହୋଇରହିଛି। ଆଇଫୋନ୍‌ର ଏଇ ପ୍ରଥମ ଫୋନ୍ କଲ୍‌ ପରେ ବିଶ୍ବବ୍ୟାପୀ ଚର୍ଚ୍ଚିତ ହୋଇଥିଲା। କାରଣ ଫୋନ୍‌ର ବିଜ୍ଞାପନ ପାଇଁ ଷ୍ଟିଭ୍ ଥଟ୍ଟା,ମଜା କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories