www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟସ୍ତରୀୟ ଜୟନ୍ତୀରେ ମହାନ୍ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କେନ୍ଦୁଝର ଜିଲା ଭୂୟାଁ ସମ୍ପ୍ରଦାୟର ଜନଜାତି ନେତା, ଅତ୍ୟାଚାରୀ ରାଜତନ୍ତ୍ର ଓ ଇଂରେଜ ଶାସନ ବିରୁଦ୍ଧରେ ଦୁଃସାହସିକ ସଂଗ୍ରାମ କରି ଓଡିଶା ଇତିହାସରେ ଅଲିଭା ସ୍ୱାକ୍ଷର ରଚିଥିବା ମହାନ୍ ବିପ୍ଳବୀ ଧରଣୀଧର ନାଏକ(ଭୂୟାଁ)ଙ୍କ ପବିତ୍ର ୧୫୮ ତମ ଜୟନ୍ତୀ ଉତ୍ସବ ରାଜ୍ୟସ୍ତରରେ ସୂଚନା ଓ ଲୋକସଂପର୍କ ବିଭାଗ, କେନ୍ଦୁଝର ସଂଘ ଏବଂ କେନ୍ଦୁଝର ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ପାଳନ କରାଯାଇଥିବା ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର, ଜୟଦେବ ବିହାର ନିକଟସ୍ଥ ଇଏସ୍ଆଇ ହସ୍ପିଟାଲ ରାସ୍ତା ଛକ ସ୍ଥିତ ମହାନ୍ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରିନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗଦାନ କରି ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତି ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ( କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କସମେତ ବିଭାଗର ଅନ୍ୟ ପଦାଧିକାରୀ, ସ୍ଥାନୀୟ କର୍ପୋରେଟର ଜୟନ୍ତୀ ସାହୁ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା, ପ୍ରଫେସର ହାଡିବନ୍ଧୁ ପଟ୍ଟନାୟକଙ୍କ ସମେତକେନ୍ଦୁଝର ସଂଘ ଏବଂ କେନ୍ଦୁଝର ବିକାଶ ପରିଷଦ, ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସହରର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ବ୍ୟକ୍ତିଏହି ଅବସରରେ ଏଠାରେ ଉପସ୍ଥିତ ରହି ମହାନ୍ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories