www.samajalive.in
Tuesday, December 9, 2025
17.1 C
Bhubaneswar

ଚାରକୋଳି ତୋଳାଳୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ

ପାଟଣା: ଚଳିତ ବର୍ଷ କେନ୍ଦୁଝର ଜିଲ୍ଲା ବନାଞ୍ଚଳରେ ପ୍ରବଳ ମାତ୍ରାରେ ଚାରକୋଳି ଫଳିଥିବା ବେଳେ ଚାର କୋଳି ତୋଳାଳୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁ ନଥିବା ଦେଖାଯାଇଛି। ସାମାନ୍ୟ ଖଟା ସହ ପାଟିକୁ ଅତ୍ୟନ୍ତ ସୁସ୍ୱାଦୁ ଲାଗୁଥିବା ଓ ଶରୀର ପାଇଁ ଔଷଧୀୟ ଗୁଣଯୁକ୍ତ ଏହି କୋଳି ସହ ଏହାର ମଞ୍ଜିର ମଧ୍ୟ ବେଶ୍ ଚାହିଦା ରହିଛି । ବେପାରୀମାନେ ଏ କୋଳିକୁ ଶସ୍ତାରେ କିଣି ନେଇ ଏହାର ମଞ୍ଜି ବାହାର କରି ଦେଶ ବିଦେଶକୁ ଚଢାଦରରେ ବିକ୍ରି କରୁଛନ୍ତି । ଏହି କୋଳି ଭିତରେ ଥିବା ବାଦାମୀ ରଙ୍ଗର ଛୋଟ ଛୋଟ ଗଜା କିଲୋ ପ୍ରତି ୧ ହଜାର ଟଙ୍କାରୁ ଅଧିକ ଥିବାବେଳେ ନାମମାତ୍ର ପ୍ରୋସେସିଂ କରି ବେପାରୀ ମାଲାମାଲ ହେଉଥିବା ବେଳେ ନୀରିହ ଆଦିବାସୀ ଓ ବନବାସୀମାନେ ପ୍ରବଳ ଖରାତରାରେ ଚାରମଞ୍ଜି ଓ କୋଳି ସଂଗ୍ରହ କରି ମଧ୍ୟ ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି । ଯାହା ଫଳରେ କେନ୍ଦୁଝର ଜିଲ୍ଲାର ପ୍ରମୁଖ ରାସ୍ତା କଡରେ ବନବାସୀ ମାନେ ଶାଳପତ୍ର ଦନାରେ କିଛି କୋଳିରଖା ଦାନାପ୍ରତି ମାତ୍ର ୧୦ ଟଙ୍କାରେ ବିକ୍ରି କରୁଛନ୍ତି । ମଞ୍ଜି ସଂଗ୍ରହ କରୁଥିବା ବନବାସୀମାନେ ବିଭିନ୍ନ ହାଟ ଓ ହାଟକୁ ଯିବା ରାସ୍ତାରେ ଆଗୁଆ ବେପାର ଚଳାଉଥିବା ବେପାରୀମାନଙ୍କୁ କମ ମୂଲ୍ୟରେ ଚାର ମଞ୍ଜି ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି । ଏ କ୍ଷେତ୍ରରେ ସରକାରଙ୍କ ଲଘୁ ବନଜାତ ଦ୍ରବ୍ୟ କ୍ରୟର ସୁବିଧା ଅଧିକାଂଶ ବନବାସୀଙ୍କୁ ମିଳୁ ନଥିବା ଅଭିଯୋଗ ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories