www.samajalive.in
Sunday, December 7, 2025
15.1 C
Bhubaneswar

ମାଗଣା ଟିକାକରଣ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ମାଗଣା ଟିକାକରଣ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଭାରତୀୟ ଶିଳ୍ପ ମହାସଂଘ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହାକୁ ସ୍ୱାଗତ କରିଛନ୍ତି।
ଭାରତୀୟ ଶିଳ୍ପ ମହାସଂଘ ପ୍ରଧାନମନ୍ତ୍ରୀଙ୍କ କରୋନା ପ୍ରତିଷେଧକ ଟିକା ବିକେନ୍ଦ୍ରୀକରଣକୁ ସ୍ୱାଗତ କରିଛି। ମହାସଂଘର ଅଧ୍ୟକ୍ଷ ଟି.ଭି. ନରେନ୍ଦ୍ରନ୍‍ କହିଛନ୍ତି ଏହି ନିଷ୍ପତ୍ତି ଫଳରେ ବିଭିନ୍ନ ପ୍ରକାର ଟିକାର ମୂଲ୍ୟ ମଧ୍ୟରେ ସମାନତା ରକ୍ଷା କରାଯାଇ ପାରିବ। ସେ କହିଛନ୍ତି ବିଭିନ୍ନ ରାଜ୍ୟକୁ ଟିକା ପ୍ରଦାନ କ୍ଷେତ୍ରରେ ଦେଖାଦେଉଥିବା ଜଟିଳତା ଏହା ଦ୍ୱାରା ଦୂର ହୋଇପାରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ମାଗଣା ଟିକା ବିଷୟ ଘୋଷଣା କରିବା ପରେ ଶ୍ରୀ ନରେନ୍ଦ୍ରନ୍‍ କହିଛନ୍ତି ଏହା ଫଳରେ ଦେଶର ଏକ ବୃହତ ଜନସଂଖ୍ୟାକୁ ଟିକାକରଣ କରାଯିବ ଏବଂ ସୁରକ୍ଷିତ ରଖାଯାଇ ପରିବ।
ଅନ୍ୟପକ୍ଷରେ ୭୫ ପ୍ରତିଶତ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦେବା ଏବଂ ୨୫ ପ୍ରତିଶତ ଟିକା ଘରୋଇ କ୍ଷେତ୍ରକୁ ଆବଣ୍ଟନ ନିଷ୍ପତ୍ତିକୁ ମଧ୍ୟ ମହାସଂଘ ସ୍ୱାଗତ କରିଛି। ମହାସଂଘ କହିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟସୀମା ନଭେମ୍ବର ମାସ ପର୍ୟ୍ୟନ୍ତ ବୃଦ୍ଧିହେବା ଫଳରେ ଦେଶର ଗରିବବର୍ଗଙ୍କ ଜୀବନ ଜୀବିକା ବଞ୍ଚାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍.କେ. ଷ୍ଟାଲିନ୍‍, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିୟୁରିଓ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ପ୍ରଶଂସା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ପ୍ରଧାନମନ୍ତ୍ରୀଙ୍କ ମାଗଣା ଟିକାକରଣ କରୋନାରୁ ସୁରକ୍ଷା ଯୋଗାଇଦେବ।
ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଧାନମନ୍ତ୍ରୀଙ୍କ ମାଗଣା ଟିକାକରଣ ସଂପର୍କିତ ଘୋଷଣାକୁ ସ୍ୱାଗତ କରିବା ସହ ବିଜେପି ନେତୃତ୍ୱାଧୀନ ସରକାର କୋଭିଡ ଲଢ଼େଇରେ ଦେଶବାସୀଙ୍କ ସହ ରହିଛି ବୋଲି କହିଛନ୍ତି। କେତେକ ଟ୍ୱିଟ୍‍ ଜରିଆରେ ଶ୍ରୀ ନଡ୍ଡା କହିଛନ୍ତି ଦେଶରେ ଟିକାକରଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ଯେଉଁ ସମୟରେ ଦେଶ ବିପତ୍ତିର ସାମ୍ନା କରୁଛି ସେ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମୁଖ ଯୋଦ୍ଧା ଭାବେ ନେତୃତ୍ୱ ନେଉଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ମୋଦୀଙ୍କ ଜନକଲ୍ୟାଣକାରୀ ନିଷ୍ପତ୍ତି ଦୂରଦର୍ଶୀ ନେତୃତ୍ୱର ପରିଚୟ ବୋଲି କହିଛନ୍ତି। ସେ କହିଛନ୍ତି ଏହି ଘୋଷଣା ଫଳରେ ପ୍ରଧାନମନ୍ତ୍ରୀ ଦୁର୍ବଳ ଏବଂ ଗରିବ ଶ୍ରେଣୀର ଲୋକଙ୍କ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories