କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଇକୋଜେନ୍‌କୁ ରାଜ୍ୟ ସରକାରଙ୍କ ପ୍ରଶଂସା

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଗଠିତ ବୈଷୟିକ କମିଟି ନିକଟରେ ରାଜ୍ୟର କୋରାପୁଟ ଓ ଗଜପତି ଜିଲ୍ଲାରେ ଥିବା ଶୀତଳ ଭଣ୍ଡାରଗୁଡ଼ିକର ବ୍ୟାପକ ଅନୁଶୀଳନ କରିଥିଲା । କୃଷକମାନଙ୍କ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ଏବଂ ଏହାକୁ ନଷ୍ଟ ହେବାରୁ ରୋକିବାରେ ଏହି ୟୁନିଟ୍‌ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଯାଂଚ କରାଯାଇଥିବା ୟୁନିଟ୍‌ଗୁଡ଼ିକ ମଧ୍ୟରୁ ପୁଣେସ୍ଥିତ ଇକୋଜେନ୍‌ ଦ୍ୱାରା ନିର୍ମିତ ଇକୋଫ୍ରଷ୍ଟ ସୌର ଚାଳିତ ଶୀତଳ କୋଠରୀ (କୋଲ୍ଡ ରୁମ୍‌)ଗୁଡ଼ିକ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ଇକୋଫ୍ରଷ୍ଟ ୟୁନିଟ୍‌ ଗୁଡ଼ିକ କେବଳ ପୂରଣ କରିନାହାନ୍ତି ବରଂ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କଠୋର ନିର୍ଦ୍ଧିଷ୍ଟ ନିୟମକୁ ମଧ୍ୟ ଅତିକ୍ରମ କରିଛନ୍ତି । ଓଡ଼ିଶାରେ ଉପଲବ୍ଧ ସୂର୍ଯ୍ୟାଲୋକ ଏବଂ ଜଳବାୟୁ ପରିସ୍ଥିତି ଅନୁଯାୟୀ ସର୍ବୋତମ ଶୀତଳତା ପ୍ରଦାନ କରିବା ଭଳି ଇକୋଫ୍ରଷ୍ଟ ସୌର ଶକ୍ତି ଚାଳିତ କୋଲ୍ଡ ରୁମ୍‌ଗୁଡ଼ିକଇକୋଜେନ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।
ଓଡ଼ିଶା ସରକାରଙ୍କ ୫-ଟି ଅଭିଯାନ ଅଧୀନରେ କୃଷକଙ୍କ ଆୟ ବୃଦ୍ଧି ଏବଂ କୃଷି ଉଦ୍ୟୋଗ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ପ୍ରୟାସ କରାଯାଇଛି । ପାରମ୍ପରିକ ଚାଷ ପଦ୍ଧତି ସହିତ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବା ଏହାକୁ ହାସଲ କରାଯାଉଛି । ପର୍ଯ୍ୟାପ୍ତ ଜ୍ଞାନକୌଶଳ ଅଭାବ ଏବଂ ଏହି ଅଚଂଳର ପ୍ରତିକୂଳ ପାଣିପାଗ ଯୋଗୁଁ କୃଷି ଜାତ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଛି । ଫଳରେ କୃଷକମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ଏହି ସମସ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ମିଶନ ଫର ଇଂଟିଗ୍ରେଟେଡ୍‌ ଡେଭଲପମେଂଟ୍‌ ଅଫ୍‌ ହର୍ଟିକଲଚର (ଏମ୍‌ଆଇଡିଏଚ୍‌) (ଏନ୍‌ଏଚ୍‌ଏମ୍‌) ଜରିଆରେ ୨୦୦ରୁ ଅଧିକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଛନ୍ତି । କୃଷକମାନଙ୍କ ଆର୍ôଥକ ସମ୍ଭାବନାକୁ ଅଧିକରୁ ଅଧିକ କରିବା ପାଇଁ ସରକାରଙ୍କ ସହ ସହଯୋଗ କରୁଥିବା କମ୍ପାନିଗୁଡ଼ିକ ମଧ୍ୟରେ ଇକୋଜେନ୍‌ ରହିଛି । ଇକୋଜେନ୍‌ ଏହାର ଯଥେଷ୍ଟ ଗବେଷଣା ପୁଞ୍ଜିକୁ ଉପଯୋଗ କରି ଦୃଢ଼ ବୈଷୟିକ ସହାୟତା ଜରିଆରେ ଓଡ଼ିଶାରେ କୃଷିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଆଇଆଇଟି-ଖଡ଼ଗପୁରର ବିଦ୍ୟାର୍ଥର୍ୀଙ୍କ ନେତୃତ୍ୱରେ ଇକୋଜେନ୍‌ ଇକୋଫ୍ରଷ୍ଟ ସୌର ଚାଳିତ କୋଲ୍ଡ ରୁମ୍‌ରେ ଅନ୍ତର୍ଭୁକ୍ତ ତିନୋଟି ପେଟେଂଟ୍‌, ମେଡ୍‌-ଇନ୍‌-ଇଣ୍ଡିଆ ପ୍ରଯୁକ୍ତିି ଆପ୍ଲିକେସନ୍‌ ବିକଶିତ କରିଛି । ଏହି ଅଭିନବ, ଜଳବାୟୁ-ସ୍ମାର୍ଟ ସମାଧାନ କୃଷକମାନଙ୍କୁ ଉଭୟ ପ୍ରାକ୍‌-ଥଣ୍ଡା କରିବା ଏବଂ ଏହାର ସତେଜତାକୁ ବଜାୟ ରଖିବା ସହିତ ସେମାନଙ୍କ ଉତ୍ପାଦକୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ରଖିବାରେ ସକ୍ଷମ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ କୃଷକମାନଙ୍କୁ ସର୍ବୋତମ ମୂଲ୍ୟ ପାଇଁ ସେମାନଙ୍କୁ ବିକ୍ରୟ ଲାଗି ଅଧିକ ସମୟ ଦେଇ ସେମାନଙ୍କୁ ସଶକ୍ତ କରୁଛି । ଯାହା ଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ପାଇଛି । ଅଭିନବ ଏବଂ ସ୍ଥାୟିତ୍ୱକୁ ପ୍ରାଥମିକତା ଦେଇ ଇକୋଜେନ୍‌ ଚାଷକୁ ଲାଭଦାୟକ କରିବା ଦିଗରେ କାର୍ଯ୍ୟ କରୁଛି ।
ଥର୍ମାଲ ବ୍ୟାଙ୍କ ହେଉଛି ପ୍ରତ୍ୟେକ ଇକୋଫ୍ରଷ୍ଟ ୟୁନିଟ୍‌ ମଧ୍ୟରେ ରଖାଯାଇଥିବା ପେଟେଂଟ୍‌ ପ୍ରଯୁକ୍ତିର ଆଉ ଏକ ଉଦାହରଣ । ଏପରିକି ରାତ୍ରିକାଳୀନ ପରିଚାଳନା ସମୟରେ ମଧ୍ୟ ଏହା କ୍ରମାଗତ ଭାବେ ଶୀତଳତା ପ୍ରଦାନ କରୁଛି । ଉଲ୍ଲେଖନୀୟ ବିଷୟ ହେଉଛି ଏହି ପ୍ରଣାଳୀଗୁଡ଼ିକ ସଂରକ୍ଷିତ ଉତ୍ପାଦର ସଂରକ୍ଷଣ ପାଇଁ ଆବଶ୍ୟକ ତାପମାତ୍ରା ଏବଂ ଆର୍ଦ୍ରତା ସ୍ତରକୁ ସତର୍କତାର ସହ ବଜାୟ ରଖୁଛନ୍ତି ।

କୃଷକମାନଙ୍କ ପାଇଁ ପରିଚାଳନା ଅଭିଜ୍ଞତାକୁ ବ୍ୟବସ୍ଥିତ କରିବା ପାଇଁ ଇକୋଜେନ୍‌ ଇକୋଫ୍ରଷ୍ଟ ସୌର ଚାଳିତ କୋଲ୍ଡ ରୁମ୍‌ ଉପଭୋକ୍ତା ଅନୁକୂଳ ବୈଶିଷ୍ଟ୍ୟ କାର୍ଯ୍ୟକାରୀ କରାଯାଇଛି ।ସୂଚନାଯୋଗ୍ୟ, କୋଲ୍ଡ ରୁମ୍‌ ପରିବେଶର ତଦାରଖ ଓ ନିୟନ୍ତ୍ରଣ ପାଇଁ କୃଷକମାନଙ୍କୁ ଉଭୟ ମାନବ ମେସିନ୍‌ ଇଂଟରଫେସ୍‌ (ଏଚ୍‌ଏମ୍‌ଆଇ) ଏବଂ ଏକ ମୋବାଇଲ୍‌ ଆପ୍‌ ଯୋଗାଇ ଦିଆଯାଉଛି । ଏହି ମୋବାଇଲ ୍‌ ଆପ୍ଲିକେସନ୍‌ରେ ଅମଳ ପରବର୍ତୀ ପରିଚାଳନା (ପିଏଚ୍‌ଏମ୍‌) ସଂରକ୍ଷଣ ମାନଦଣ୍ଡର ବିସ୍ତୃତ ଶୃଙ୍ଖଳା ରହିଛି, ଯାହାକୁ ଆଭ୍ୟନ୍ତରୀଣ କୃଷି ବିଶେଷଜ୍ଞମାନେ ସତର୍କତାର ସହ ୨୦୦ରୁ ଅଧିକ ଉଦ୍ୟାନ କୃଷି ଫସଲ ପୂରଣ କରିବା ପାଇଁ ପ୍ରସ୍ତୁତ କରିଛନ୍ତି । ମୋବାଇଲ୍‌ ଆପ୍ଲିକେସନ୍‌ର ଇଂଟରଫେସ୍‌ ମାଧ୍ୟମରେ, କୃଷକମାନେ ଅବାଧ ଭାବରେ ନିଜ ଫସଲ ବର୍ଗ ଚୟନ କରିପାରିବେ ଯାହା ଫଳରେ ୟୁନିଟ୍‌ ସେହି ଅନୁଯାୟୀ ତାପମାତ୍ରା ଏବଂ ଆର୍ଦ୍ରତା ସ୍ତରକୁ ସ୍ୱୟଂଚାଳିତ ଭାବରେ ନିର୍ଦ୍ଧାରଣ କରିପାରିବ । ଏହାବ୍ୟତୀତ, ଚାଷୀମାନେ ୟୁନିଟରେ ଥିବା ଏଚଏମଆଇ ଇଂଟରଫେସ୍‌ ମାଧ୍ୟମରେ ଏହି ସେଟିଂଗୁଡିକ ଯାଂଚ କରିପାରିବେ ।

Comments are closed.