www.samajalive.in
Monday, December 8, 2025
17.1 C
Bhubaneswar

ରାଜ୍ୟ ବ୍ୟାଡମିଣ୍ଟନ ଡିସି କମିଟି ବୈଠକ ; ବଲାଙ୍ଗିରରେ ହେବ ୧୩ ବର୍ଷରୁ କମ୍ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟାନସିପ

ବଲାଙ୍ଗିର : ରାଜ୍ୟ ବ୍ୟାଡ ମିଣ୍ଟନ ଡେଭଲପମେଣ୍ଟ କମିଟି ବୈଠକ ବଲାଙ୍ଗିର ବ୍ୟାଡମିଣ୍ଟନ ସଂଘ ଦ୍ୱାରା ସ୍ଥାନୀୟ ପାରାଡାଇଜ ପ୍ୟାଲେସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଯୁବ ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର ମୁଖ୍ୟଅତିଥି, ଭାରତୀୟ ସିନିୟର ଦଳର ବ୍ୟାଡମିଣ୍ଟନ କୋଚ ସଚିନ ରାଣା ଓ ଲଣ୍ଡନ ଅଲମ୍ପିକ ପେନାଲ କୋଚ ଏମ୍.ଭି. ମୁରଲି କ୍ରିଷ୍ଣାନ ତଥା ରାଜ୍ୟ ସଂଘ ସଂପାଦକ ନିଲିନ କୁମାର ଯୋଗ ଦେଇଥିଲେ।

ବଲାଙ୍ଗିର ଜିଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ମୁଖ୍ୟଅତିଥି ଶ୍ରୀ ମିଶ୍ର ବଲାଙ୍ଗିରରେ ଜାତୀୟ ଚାମ୍ପିୟାନସିପ୍ ଆୟୋଜନ କରାଯିବା ନେଇ ଘୋଷଣା କରିଥିଲେ। ଭାରତୀୟ ବ୍ୟାଡ ମିଣ୍ଟନ ସଂଘ (ବାଇ) ଆଗାମୀ ନଭେମ୍ବର ମାସ ୧୭ରୁ ୨୧ ପର୍ୟ୍ୟନ୍ତ ଚାମ୍ପିୟାନସିପ ଆୟୋଜନ କରିବାକୁ ଧାର୍ୟ୍ୟ କରିଥିବା ସୂଚନା ଦିଆଯାଇଥିଲା। ବଲାଙ୍ଗିରରେ ଆୟୋଜନ ଫଳରେ ଓଡିଶାରେ ଥିବା ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କର ଖେଳରେ ଆହୁରି ଉତ୍କର୍ଷତା ଆସିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଭାରତୀୟ ଦଳର କୋଚ ଶ୍ରୀ ରାଣା ଛୋଟ ସହରରୁ ହିଁ ଆନ୍ତର୍ଜାତୀୟ ପ୍ରତିଭା ବାହାରିବା ଅନେକ ଉଦାହରଣ ରହିଛି। ବଲାଙ୍ଗିରରେ ତାର ଭିତ୍ତିଭୂମି ପଡିସାରିଛି। ଆଗାମୀ ଦିନରେ ବଲାଙ୍ଗିରରେ ହେବାକୁ ଥିବା ଏହି ଚାମ୍ପିୟାନସିପ୍ ଓଡିଶାରୁ ଅନ୍ତର୍ଜାତୀୟ ଖେଳାଳି ସମ୍ଭାବନା ସୃଷ୍ଟିକରିପାରେ ବୋଲି କହିଥିଲେ। କୋଚ ଶ୍ରୀ ମୁରଲି କ୍ରିଷ୍ଣାନ୍ ବଲାଙ୍ଗିରରେ ନିର୍ମାଣଧିନ ଇନଡୋର ଷ୍ଟାଡିୟମ ସଂପର୍କରେ କହିଥିଲେ।

- Advertisement -

ବଲାଙ୍ଗିରରେ ୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଣ୍ଟଚାମ୍ପିୟାନସିପ୍ ନିଷ୍ପତ୍ତି ଭାରତୀୟ ବ୍ୟାଡମିଣ୍ଟନ ସଂଘ ତାର ନିଜ ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନିତ କରିସାରିଥିବାରୁ ଓଡିଶା ଖେଳାଳି ଓ ଜନସାଧାରଣଙ୍କ ପାଇଁ ଏକ ନିଶ୍ଚିତ ଭାବେ ଖୁସିର ଖବର। ଏହାକୁ ସଫଳତା ସହ ଆୟୋଜନ କରାଯିବ ବୋଲି ରାଜ୍ୟ ସଂଘ ସଂପାଦକ ନିଲିନ କୁମାର କହିଥିଲେ। ରାଜ୍ୟରେ ବ୍ୟାଡମିଣ୍ଟନର କିଭଳି ଅଧିକ ବିକାଶ ହୋଇପାରିବ ଓ ଜାତୀୟ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରିବେ ସେ ଉପରେ ରାଜ୍ୟର ସମସ୍ତ ଜିଲାରୁ ଆସିଥିବା ଜିଲା ସଂଘମାନଙ୍କ ସହ ଜାତୀୟ କୋଚ ଶ୍ରୀ ରାଣା ମତବିନିମୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଟିପିର ପ୍ରଦୀପ ପିଲ୍ଲେ, ସଂଘର କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି, ସହ ସଂପାଦକ ସନ୍ଦିପ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories