www.samajalive.in
Tuesday, December 9, 2025
17.1 C
Bhubaneswar

ମହିଳାଙ୍କ ପାଇଁ ଛତୁ ଚାଷ ତାଲିମ ଶିବିର

ମୋହନା : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆତ୍ମ ନିର୍ଭରଶିଳ କରିବା ପାଇଁ ମିଶନ ଶକ୍ତି ଆନୁକୂଲ୍ୟରେ ଉଦ୍ୟାନ ବିଭାଗ ସହାୟତାରେ ଆର.ଉଦୟଗିରି ସ୍ଥିତ ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଛତୁ ଚାଷର ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ ଶିବିରରେ ଆର.ଉଦୟଗିରି , ମୋହନା ଓ ନୂଆଁଗଡ଼ ଏହି ତିନୋଟି ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ସାତ ଦିନକୁ ନେଇ ଦୁଇଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ଚାରି ଦିନ ଏହି ତାଲିମ ପ୍ରଦାନ କରାଯାଇଥିଲା ଓ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ଆଜିଠାରୁ ତିନିଦିନ ଧରି  ଏହି ତାଲିମ ପ୍ରଦାନ କରାଯାଇଥିଲା । ହେବାକୁ ଥିବାବେଳେ ଏଥିରେ ମହିଳା ମାନଙ୍କୁ ଛତୁ ଚାଷର ପ୍ରଣାଳୀ ଏବଂ ପୂର୍ବରୁ ଚାରିଦିନ ଧରି ତାଲିମ ପ୍ରଦାନ କରାଯାଇଥିବା ଛତୁ ଚାଷରେ ଛତୁ କିଭଳି ଭାବେ ଛତୁ ଫୁଟିବା ଆରମ୍ଭ କରିଛି ଏବଂ ବର୍ତ୍ତମାନର ପାଣିପାଗକୁ ଆଖି ଆଗରେ ରଖି ଖରାଦିନେ କିଭଳି ଭାବେ ଛତୁ ଚାଷ କରାଯାଇପାରିବ  ଏବଂ ଏହି ଚାଷ କରିବା ଦ୍ୱାରା ଚାଷୀ କିପରି ଅଳ୍ପ ପରିଶ୍ରମ ଓ ସ୍ୱଳ୍ପ ଅର୍ଥ ଖର୍ଚ୍ଚରେ ଲାଭବାନ ହୋଇପାରିବ ସେ ଦିଗରେ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉଦ୍ୟାନ ବିଭାଗ ଉପନିର୍ଦେଶକ କେ ସୁଦର୍ଶନ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତୁ ଚାଷର ପ୍ରଣାଳୀ ଉପରେ ମହିଳା ମାନଙ୍କୁ ବୁଝାଇଥିଲେ । ଉଦ୍ୟାନ ସାଥିମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ମୋହନା ଉଦ୍ୟାନ ଅଧିଦର୍ଶନ କରୁଣାକର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories