www.samajalive.in
Saturday, December 6, 2025
26.1 C
Bhubaneswar

ଏନ୍‍ଆଇଏସ୍‌ରେ ଖାଦ୍ୟର ମାନକୁ ନେଇ ଅଭିିଯୋଗ ଆଣିଲେ ହିମା

ପାତିଆଲା : ପୁଣିଥରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ନେତାଜୀ ସୁବାଷ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ (ଏନ୍‍ଆଇଏସ୍‍)କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା। ନିକଟରେ ଏନ୍‍ଆଇଏସ୍‍ର କର୍ମଚାରୀ ସାମାଜିକ ଦୂରତା ଉଲ୍ଲଙ୍ଘନ କରିବା ଏବଂ ଅଲିମ୍ପିକ୍‍ସ ଲାଗି ଯୋଗ୍ୟତା ଅର୍ଜନ କରିଥିବା ୨ ଜଣ ବକ୍ସର ଏନ୍‍ଆଇଏସ୍‍ର ସଂଗରୋଧ ନିୟମ ଉଲ୍ଲଙ୍ଘନ କରିବାର ଖବରକୁ ନେଇ ବେଶ୍‍ ଚର୍ଚ୍ଚା ହୋଇଥିଲା। ଏବେ ପାତିଆଲାର ଏନ୍‍ଆଇଏସ୍‍ରେ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ ଉଠିଛି। ଏହି ଅଭିଯୋଗ କରିଛନ୍ତି ଧାବିକା ହିମା ଦାସ ଓ ଅନ୍ୟ କିଛି ନାମୀ ଆଥ୍‍ଲେଟ୍‍ମାନେ। ଏହାସହ ଏନ୍‍ଆଇଏସ୍‍ର ରୋଷଶାଳାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆ ଯାଉନାହିଁ ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ହିମା ଦାସ ଓ ଅନ୍ୟ ଆଥ୍‌ଲେଟ୍‌ମାନେ ଏପରି ଗୁରୁତର ଅଭିଯୋଗ ଆଣିବା ପରେ ଏନ୍‍ଆଇଏସ୍‍ର ପରିଚାଳନା ଦାୟିତ୍ୱରେ ଥିବା ସାଇ ତତ୍ପର ହୋଇଉଠିଛି। ଏହା ଏକ ଖାଦ୍ୟ ନିରୀକ୍ଷଣ କମିଟି ଗଠନ କରିଛି। ଏହି କମିଟି ନିଶ୍ଚିତ କରିବ ଯେ ଖେଳାଳିଙ୍କ ଆବଶ୍ୟକତା ଅନୁସାରେ ଖାଦ୍ୟ ସେମାନଙ୍କୁ ଯୋଗାଇ ଦିଆଯିବ। ଆଥ୍‌ଲେଟ୍‌ମାନେ ପ୍ରକୃତରେ କ’ଣ ଅଭିଯୋଗ କରିଛନ୍ତି; ତାହା କହିବାକୁ ସାଇର ଅଧିକାରୀମାନେ ମନା କରି ଦେଇଛନ୍ତି। ତେବେ ସାଇ ମଧ୍ୟସ୍ଥ ଏକ ସୂତ୍ର ନିଜ ନାମ ଗୋପନ ରଖି କହିଛନ୍ତି ଯେ ହିମା ଦାସ ଖାଦ୍ୟରେ ମନୁଷ୍ୟ ନଖ ମିଳିବାର ଗୁରୁତର ଅଭିଯୋଗ କରିଛନ୍ତି। ଏହାର ଫଟୋ ଆସାମର ଆଥ୍‍ଲେଟ୍‍ ହିମା ତାଙ୍କ ମୋବାଇଲ୍‍ ଫୋନରେ ନେଇଛନ୍ତି ଏବଂ ଏନ୍‍ଆଇଏସ୍‍ର ଅଧିକାରୀଙ୍କ ପାଖକୁ ପଠାଇଛନ୍ତି।

- Advertisement -

କେବଳ ଏତିକି ନୁହେଁ; ହିମା ଏହି ପ୍ରସଙ୍ଗ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‍ ରିଜିଜୁଙ୍କୁ ମଧ୍ୟ ଅବଗତ କରାଇଥିଲେ। ତୁରନ୍ତ ହିମା ଦାସଙ୍କୁ ଭେଟି ଏହି ପ୍ରସଙ୍ଗର ସମାଧାନ କରିବା ଲାଗି କେନ୍ଦ୍ରମନ୍ତ୍ରୀ ରିିଜିଜୁ ସାଇର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ପରେ ସାଇର ମହାନିର୍ଦେଶକ ସନ୍ଦୀପ ପ୍ରଧାନ ଓ ସମ୍ପାଦକ ରୋହିତ ଭରଦ୍ୱାଜ ଅନ୍ୟ ଅଧିକାରୀମାନେ ପାତିଆଲା ଯାଇ ହିମା ଦାସ ଓ ଅନ୍ୟ ଆଥ୍‍ଲେଟ୍‍ଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେଠାରେ ଆଥ୍‍ଲେଟ୍‍ମାନେ ଆହୁରି ଗୁରୁତର ଅଭିଯୋଗ କରିଥିଲେ। ସେମାନେ କହିଥିଲେ ଯେ ଖାଦ୍ୟରୁ କେବଳ ନଖ ନୁହେଁ; କେଶ ମଧ୍ୟ ମିଳୁଛି। ରୋଷେୟାମାନେ ମୁହଁରେ ହାତଦେଇ ଛିଙ୍କିବା ପରେ ହାତ ନ ଧୋଇ ରୋଷେଇ କରୁଛନ୍ତି। ପରେ ସାଇର ଅଧିକାରୀ ଏନ୍‍ଆଇଏସ୍‍ର ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ଭେଟି ଖେଳାଳିମାନେ କରିଥିବା ସମସ୍ତ ଅଭିଯୋଗର ସମାଧାନ ପାଇଁ କଡ଼ା ନିର୍ଦେଶ ଦେଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories