www.samajalive.in
Monday, December 8, 2025
27.1 C
Bhubaneswar

ଗଣମାଧ୍ୟମ ଉପରୁ କଟକଣା ଉଠାଇଲେ ଶ୍ରୀଲଙ୍କା ସରକାର

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଗଣମାଧ୍ୟମଗୁଡ଼ିକ ଉପରେ ଲାଗୁ ନିଷେଧାଦେଶକୁ ପ୍ରତ୍ୟାହାର କରି ନିଆଯାଇଛି। ରବିବାର ରାତିରେ ନେଗୋମ୍ବୋ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ରାତାରାତି ସାନ୍ଧ୍ୟ ଆଇନ୍‍ ଜାରି କରାଯାଇଥିଲା ଏବଂ ଅନେକ ସାମାଜିକ ଗଣମାଧ୍ୟମ ଉପରେ ନିଷେଧାଦେଶ ଲାଗୁ କରାଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆସିବାପରେ ଆଜି ସକାଳୁ ସେହି ଅଞ୍ଚଳରୁ ସାନ୍ଧ୍ୟ ଆଇନ୍‍ ପ୍ରତ୍ୟାହାର କରି ନିଆଯାଇଛି। ସେଠାକାର ପୁଲିସ୍‍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ସଂଖ୍ୟାଲଘୁ ମୁସଲମାନଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବାରୁ ଅନେକ ଘର ଓ ଗାଡ଼ି ଭଙ୍ଗାରୁଜା କରାଯାଇଛି। ଇଷ୍ଟର୍‍ ପର୍ବ ଦିନ ମଧ୍ୟ ସେହି ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଦିନ ଗୋଟିଏ ଗୀର୍ଜାଘରେ ଆକ୍ରମଣ କରାଯାଇଥିଲା।

ଆର୍କ ବିଶପ୍‍, ମାକମ୍‍ କାର୍ଡ଼ିନାଲ୍‍ ରଞ୍ଜିତ୍‍ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ବିଦ୍ୱେଷଭାବ ଓ ଉଡ଼ା ଖବର ପ୍ରଚାର ନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି। ଶ୍ରୀଲଙ୍କାରେ ଆକ୍ରମଣ ପରଠାରୁ ପ୍ରଥମ ଥରପାଇଁ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଖୋଲିଥିବାରୁ ସାରା ଦେଶରେ ନିରାପତ୍ତା କାର୍ଯ୍ୟାନୁଷ୍ଠାନ ଜାରି ରହିଛି; କିନ୍ତୁ ବିଦ୍ୟାଳୟଗୁଡ଼ିକରେ କମ୍‍ ଉପସ୍ଥାନ ଥିବାର ଖବର ମିଳିଛି। ସୂଚନା ଯୋଗ୍ୟ, ପଞ୍ଚତାରକା ହୋଟେଲ୍‍ ସମେତ ୮ଟି ସ୍ଥାନରେ ୯ ଜଣ ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ଆକ୍ରମଣ ଫଳରେ ୪୨ ଜଣ ବିଦେଶୀ ନାଗରିକଙ୍କ ସମେତ ଅତି କମ୍‍ରେ ୨୫୭ ଜଣ ଲୋକ ପ୍ରାଣ ହରାଇଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories