ଫୋନି-ସହାୟତା ପାଇଁ ରାଜ୍ୟ ସରକାରଙ୍କ ନିବେଦନ

ଭୁବନେଶ୍ୱର: ଫୋନି ପ୍ରଭାବରେ କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟ ପାଇଁ ଅର୍ଥ ପ୍ରଦାନ ନିମେନ୍ତ ରାଜ୍ୟ ସରକାର ନିବେଦନ କରିଛନ୍ତି। ରାଜ୍ୟ ସରକାର ଏଥି ପାଇଁ ଦୁଇଟି ଆକାଉଣ୍ଟ ନମ୍ବର ଜାରି କରିଛନ୍ତି। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଗୁଡିକ ହେଉଛି:
(୧) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ
ଆକାଉଣ୍ଟ ନମ୍ବର – ୧୧୧୦୯୩୩୯୧୬୫
ଆଇଏଫ୍ଏସ୍ସି – SBIN୦୦୧୦୨୩୬
(2) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ
ଆକାଉଣ୍ଟ ନମ୍ବର – ୧୦୫୬୬୧୧୬୪୧୭
ଆଇଏଫ୍ଏସ୍ସି – SBIN୦୦୦୬୬୦୬
ଇତିମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ୧୩୪୧କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ମହାରାଷ୍ଟ୍ର, ଛତିଶଗଡ, ତାମିଲନାଡୁ ସରକାର ୧୦ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ତୀବତୀୟ ଧର୍ମଗୁରୁ ଦଲାଇଲାମା ମଧ୍ୟ ୧୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
Comments are closed.