www.samajalive.in
Monday, December 8, 2025
20.1 C
Bhubaneswar

ସନ୍‌ରାଇଜର୍ସ ହାଇଦରାବାଦ୍‌କୁ ପରାସ୍ତ କରିବା ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍‌ସ

ଆବୁଧାବି : ଆଇପିଏଲ୍‌ର ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍‌ସ। ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ପୂର୍ବରୁ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ଏହି ଦଳର ଖେଳାଳିମାନଙ୍କ ମନୋବଳ ବେଶ୍‌ ଉଚ୍ଚରେ ରହିଛି।
ଶ୍ରେୟସ ଆୟାରଙ୍କ ନେତୃତ୍ବାଧିନ ଦିଲ୍ଲୀ ଦଳ ପ୍ରଥମ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ସୁପର ଓଭରରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସକୁ ହରାଇଥିଲା। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍‌ ଖେଳି ୨ଟି ଯାକ ହାରି ଯାଇଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ଦ୍ରୁତ ବୋଲର କାଗିସୋ ରାବାଡା ଓ ଆନ୍‌ରିଚ୍‌ ନର୍ଟଜେ ଚମତ୍କାର ଫର୍ମରେ ରହିଥିବା ବେଳେ ସ୍ପିନର ଭାବେ ଅକ୍ଷର ପଟେଲ୍‌ ଓ ଅମିତ ମିଶ୍ରା ମଧ୍ୟ ଭଲ ଫର୍ମରେ ରହିଛନ୍ତି। ଦଳର ବ୍ୟାଟିଂକୁ ଦେଖିଲେ ଓପନର୍‌ ଭାବେ ଶିଖର ଧାୱନ୍‌ ଓ ପୃଥ୍ବୀ ସ’ ରହିଛନ୍ତି। ଏହି ଦୁଇଜଣ ସନ୍‌ରାଇଜର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ମଧ୍ୟକ୍ରମରେ ଅଧିନାୟକ ଶ୍ରେୟସ ଆୟାର ଓ ଋଷଭ ପନ୍ତ ରହିଥିବାରୁ ସେମାନଙ୍କ ଠାରୁ ଦଳ ଭଲ ପ୍ରଦର୍ଶନର ଆଶା ରଖିଛି। ଦଳରେ ଅଲରାଉଣ୍ଡର ଭାବେ ମାର୍କସ ଷ୍ଟୋଇନିସ୍‌ ଓ ସିମରନ୍‌ ହେତମେୟାର ଥିବାରୁ ସେମାନେ ସନ୍‌ରାଇଜର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।
ସନ୍‌ରାଇଜର୍ସ ଦଳରେ ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ପରି ବ୍ୟାଟସମ୍ୟାନ୍‌ ଅଛନ୍ତି। ସେମାନଙ୍କ ବ୍ୟାଟିଂ ଉପରେ ଦଳ ଅଧିକ ମାତ୍ରାରେ ନିର୍ଭରଶୀଳ। ଆଘାତଜନିତ କାରଣରୁ ଦୁଇଟି ମ୍ୟାଚ୍‌ରେ ଖେଳିନଥିବା କେନ୍ ୱିଲିୟମସନ୍‌ଙ୍କୁ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories