www.samajalive.in
Monday, December 8, 2025
27.1 C
Bhubaneswar

‘‘ଜିରୋ ନାଇଟ୍’’କୁ ନାଁ; ଏସଆରସି ଜାରି କଲେ ମାର୍ଗଦର୍ଶିକା

ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ ନିମନ୍ତେ ଆୟୋଜନ କରାଯାଉଥିବା ‘‘ଜିରୋ ନାଇଟ୍’’ ଉତ୍ସବ ବା କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସ୍ବତନ୍ତ୍ର ରିଲିଫ୍ କମିଶନର ଏ ସଂକ୍ରାନ୍ତରେ ନିର୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ଜିରୋନାଇଟ୍ ଉପରେ କଟକଣା ଜାରି ହୋଇଥିବା ବେଳେ ଏବେ ନୂଆ ନିର୍ଦେଶନାମାରେ କୌଣସି ରାତ୍ରୀକାଳିନ ପାର୍ଟି, ଭୋଜିଭାତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।

- Advertisement -

କେନ୍ଦ୍ର ସରକାର ଯଦିଓ ଜାନୁଆରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ଜାରି ରଖିଛନ୍ତି ତଥାପି କିଛି ସ୍ଥାନରେ ଏହାକୁ କୋହଳ କରାଯାଇଛି । ଏହି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ନୂଆ କରୋନା ଭୂତାଣୁ ଠାବ ହୋଇଛି । ସେଥିପାଇଁ ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଡ଼ିସେମ୍ବର ୩୧ ଓ ପରବର୍ତୀ ସମୟରେ ଜାନୁଆରୀ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ଚଳାଚଳ ଉପରେ ସ୍ଥଗିତାଦେଶ ଜାରି ହୋଇଛି । ଓଡ଼ିଶାକୁ ଯେର୍ଉ ବ୍ରିଟେନ ଫେରନ୍ତା ଫେରିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ପତ୍ତା ମିଳିନାହିଁ । ଏହି ସ୍ଥିତିରେ ଜିରୋନାଇଟ୍ ସେଲିବ୍ରେସନ ହୁଏତ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ସେଥିପାଇଁ ରାଜ୍ୟ ସରକାର ନୂଆବର୍ଷ ପାର୍ଟି, ମଧ୍ୟରାତ୍ରୀ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଥିବା କୁହାଯାଉଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories