www.samajalive.in
Thursday, December 11, 2025
27.1 C
Bhubaneswar

ପାଦ ମୋଡି ହୋଇ ଯାଇଛି କି ? ଆପଣାନ୍ତୁ ଏହି ଉପାୟ

ପାଦ ମୋଡି ହୋଇଗଲେ ବା ମକଚି ହୋଇଗଲେ ଅନେକ କଷ୍ଟ ହୋଇଥାଏ। ଚାଲିବାରେ ଅସୁବିଧା ଓ କଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଔଷଧ ଖାଇଥାଉ। କିନ୍ତୁ ଔଷଧ ନ ଖାଇ କିଛି ଘରୋଇ ଉପାୟ ଆପଣେଇବା ଦ୍ବାରା ପାଦ ଭଲ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ପାଦ ମକଚି ହୋଇଗଲେ କେଉଁ ଉପାୟ ଆପଣେଇବା ଉଚିତ୍ ..

ବରଫ ସେକ :

- Advertisement -

ବରଫକୁ ଏକ କପଡାରେ ବାନ୍ଧି ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ପାଦ ମକଚି ହୋଇ ଯାଇଥିବା ସ୍ଥାନରେ ଘଷନ୍ତୁ। ଏହା ଶୀଘ୍ର ପାଦ କଷ୍ଟରୁ ମୁକ୍ତି ଦେଇଥାଏ। ପ୍ରତି ୧ ଘଣ୍ଟାକୁ ଥରେ ପାଦରେ ବରଫ ଘଷିବା ଉଚିତ।

ହଳଦୀ ଓ ଲୁଣର ଲେପ :

ହଳଦୀରେ ସାମାନ୍ୟ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାପରେ ମିଶ୍ରଣକୁ ପାଦ ମକଚି ହୋଇଥିବା ସ୍ଥାନରେ ଲଗାଇ ୨୦-୨୫ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ପାଣିରେ ପାଦ ଧୋଇ ଦିଅନ୍ତୁ। ହଳଦୀରେ କୁରକୁମିନ ନାମକ ତତ୍ତ୍ବ ଥିବାରୁ ତାହା ଦରଜ ନାଶକ ପରି କାର୍ଯ୍ୟ କରିଥାଏ।

ଗୋଲାପ ଜଳ :

ଗୋଲାପ ଜଳ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ପାଦ ମକଚି ହୋଇଗଲେ ସେଥିରୁ ଉପଶମ ଦେବାରେ ସହାୟକ ହୋଇଥାଏ। ଗୋଲାପ ଜଳରେ ଆଣ୍ଟି-ସେପ୍ଟିକ ଓ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହା ପାଦ ଫାଟିବା ଓ ଦରଜ ଲାଘବ କରିବାରେ ସହାୟକ ହୋଇଥାଏ। ପାଦ ମକଚି ହୋଇଥିବା ସ୍ଥାନରେ ଗୋଲାପ ଜଳ ଲଗାଇବା ଦ୍ବାରା ଆପଣ ଆରାମ ଅନୁଭବ କରିବେ।

ପାଦ ମକଚି ହୋଇଗଲେ ସବୁଠାରୁ ପ୍ରଥମେ ଆରାମ କରିବା ଉଚିତ। ଏହାସହ କୌଣସି ଭାରି ସାମଗ୍ରୀ ଉଠାନ୍ତୁ ନାହିଁ।

 

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories