www.samajalive.in
Monday, December 8, 2025
20.1 C
Bhubaneswar

ଚୀନ-ତାଇୱାନ ଯୁଦ୍ଧକୁ ନେଇ କଳ୍ପନା ଜଳ୍ପନା

ଚୀନ ଓ ତାଇୱାନ ଯୁଦ୍ଧ ହେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଜରୁରୀ ଆବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ଏକ ନିର୍ଦେଶ ମିଳିବା ପରେ ଚୀନରେ ଲୋକ ଆତଙ୍କିତ ହୋଇପଡିଛନ୍ତି । ଅନଲାଇନରେ ଲୋକେ  ଜିନିଷ ପତ୍ର ଖରିଦ କରିବାରେ ଲାଗି ପଡିଛନ୍ତି।

ତେବେ ଚୀନର ଅଧିକାଂଶ ସାମରିକ  ବିଶେଷଜ୍ଞ  ଏ ନେଇ କହିଛନ୍ତି  ଯେ ସାମରିକ କାର୍ଯ୍ୟାନୁଷ୍ଠାନ ଖୁବ୍ ନିକଟରେ  ନୁହେଁ, କିନ୍ତୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ ଗୁଡିକ ଦର୍ଶାଉଛି ଯେ ଲୋକଙ୍କ ମନରେ ଯୁଦ୍ଧ ନେଇ ଅନେକ ସମ୍ଭାବନା ରହିଛି ।

- Advertisement -

ତାଇୱାନ ହେଉଛି ୨୪ ନିୟୁତ ଲୋକଙ୍କର ଏକ ସ୍ୱ-ଶାସିତ ଦ୍ୱୀପ, ଯାହାକୁ ଚୀନ୍ ଏକ ବିଦ୍ରୋହୀ ପ୍ରଦେଶ ଭାବେ ଗ୍ରହଣ କରେ ଓ ଏହା  ତା’  ଅଧୀନକୁ ଆସିବା ଉଚିତ୍ ବୋଲି ଦାବି କରୁଛି । ଆମେରିକା ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବା ସହ ସରକାରଙ୍କ ସହ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପରେ ଚୀନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଚୀନ ତାଇୱାନ ଦ୍ୱୀପ ନିକଟକୁ  ବିଭିନ୍ନ ପ୍ରକାରର ଯୁଦ୍ଧ ଜାହାଜ ପଠାଇବାରୁ ଉତ୍ତେଜନା ବୃଦ୍ଧି ପାଇଛି ।

ଯୁଦ୍ଧ ଭୟ ହେଉ  କିମ୍ବା ଅନ୍ୟ କିଛି, ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଚୀନର କେତେକ ସହରରେ ଲୋକମାନେ ଅଧିକ ସଂଖ୍ୟାରେ ଚାଉଳ, ନୁଡୁଲ୍ସ ଏବଂ ଖାଇବା ତେଲ କିଣିବାରେ ଲାଗି ପଡିଛନ୍ତି । କେତେକ ପଡୋଶୀ ପ୍ରଦେଶରେ କୋଭିଡ-୧୯ ପାଇଁ ତାଲାବନ୍ଦ ଲୋକଙ୍କୁ ଅଧିକ ଚିନ୍ତାଗ୍ରସ୍ତ କରି ପକାଇଛି।

ଅନ୍ୟପକ୍ଷରେ ବଜାରରେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ମହଜୁଦ ଅଛି ଏବଂ ସାମଗ୍ରୀ ଯୋଗାଣର କୌଣସି ଆଶଙ୍କା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅଯଥା ଭୟକୁ ଦୂର କରିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ବେଜିଂର ଦୋକାନ ବଜାରରେ ଏକ ଉଜ୍ଜ୍ୱଳ ହଳଦିଆ ସଂକେତ ଦିଆଯାଇ ଗୁଜବ କିମ୍ବା ଭ୍ରମିତ ନ ହୋଇ ଆବଶ୍ୟକତା ଅନୁସାରେ ଜିନିଷ କିଣିବାକୁ କୁହାଯାଇଛି।

ତେବେ ଚୀନ୍‌ର ଅଧିକାଂଶ ବାସିନ୍ଦା ଶାନ୍ତିପୂର୍ଣ୍ଣ ଉପାୟରେ ତାଇୱାନକୁ ନିଜ ଅଧୀନକୁ ଆଣିବାକୁ ପସନ୍ଦ କରୁଛନ୍ତି । ଦୀର୍ଘ ଦିନ ଧରି ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟିର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଲୋକେ ମତ ଦେଉଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories