www.samajalive.in
Saturday, December 6, 2025
26.1 C
Bhubaneswar

ସୁସ୍ଥ ଶରୀରର ମନ୍ତ୍ର

ତୁଳସୀପତ୍ର –
ପ୍ରତିଦିନ ଖାଲି ପେଟରେ ୬ ରୁ ୭ଟି ତୁଳସୀ ପତ୍ର ଖାଇବା ଦ୍ୱାରା ଅଣ୍ଟା,ବେକ, ହାତ,ଗୋଡ଼, ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ସମସ୍ୟାରୁ ମୁକ୍ତି ମିଳେ।
ନଡ଼ିଆ ତେଲ –
ନିୟମିତ ନଡ଼ିଆ ତେଲକୁ ଗରମ କରି ଅଣ୍ଟାରେ ଲଗାଇଲେ ମଧ୍ୟ ଏହା ଖୁବ ଉପକାର ପ୍ରଦାନ କରିଥାଏ।
କ୍ଷୀର –
ନିୟମିତ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଦୂର ହୋଇଥାଏ।
ରସୁଣ –
ନିୟମିତ ୧ମାସ ପର୍ୟ୍ୟନ୍ତ ୧ରୁ୨ଟି ରସୁଣ ପାଖୁଡ଼ା ପ୍ରତିଦିନ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଅଦା ଚାହା –
ଏକ କପ ପାଣି ଫୁଟାଇ ସେଥିରେ ଅଳ୍ପ ଚାହାପତି ଓ ୧ଚାମଚ ଅଦା ପକାଇ କିଛି ସମୟ ଫୁଟାଇ ଛାଣନ୍ତୁ। ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଏହାକୁ ନିୟମିତ ଏକ ସପ୍ତାହ ପିଇଲେ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିଥାଏ।
ପ୍ରତ୍ୟେକ ଦିନ ସକାଳ ସମୟରେ ଜିରା ଓ ଜୁଆଁଣୀ ପାଣି ପିଇବା ଦ୍ୱାରା ଏସିଡ଼ିଟି, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ। ତେଣୁ ପେଟ ପାଇଁ ଏହା ଖୁବ ଉପକାରୀ।
ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଖାଦ୍ୟ ଭଲ ଭାବେ ହଜମ କରିଥାଏ।
ସଠିକ ସମୟରେ ଭୋକ ହୋଇଥାଏ।
ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ
ଏକ ଗ୍ଲାସରେ ପାଣି ନିଅନ୍ତୁ। ଏଥିରେ ଅଳ୍ପ ଜିରା ଓ ଜୁଆଁଣୀ ମିଶାନ୍ତୁ। ରାତି ଯାକ ଏହାକୁ ବତୁରାଇ ରଖନ୍ତୁ।
ସକାଳୁ ଉଠିବା ପରେ ଏହାକୁ ପିଅନ୍ତୁ। ଏଥିରେ ସମାନ୍ୟ ଅଦା ମଧ୍ୟ ମିଶାଇ ପାରିବେ।
ଆୟୁର୍ବେଦରେ ମଧ୍ୟ ଜିରା ଓ ଜୁଆଁଣୀର ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।
ରସୁଣ –
ରସୁଣର ସେବନ କରିବା ଦ୍ୱାରା ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ। ନିୟମିତ ସକାଳେ ଖାଲି ପେଟରେ ୨ କିମ୍ବା ୩ଟି ରସୁଣ ଖାଇବା ଦ୍ୱାରା ପେଟର ସଙ୍କ୍ରମଣ ଦୂର ହୋଇଥାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଅଲ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
ଲବଙ୍ଗ –
ଲବଙ୍ଗରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ଭରପୁର ମାତ୍ରାରେ ରହିଛି। ଏହା ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
କଦଳୀ –
ପେଟ ପାଇଁ କଦଳୀ ଖୁବ ଉପକାରୀ। ସପ୍ତାହକୁ ୨ ରୁ ୩ଟି କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ।
ଅଦା –
ପେଟରେ ହେଉଥିବା ଯେକୌଣସି ସମସ୍ୟାକୁ ଦୂର କରିବା ପାଇଁ ଅଦା ବେଶ ହିତକାରୀ। ଏକ ଛୋଟ ଖଣ୍ଡ ଅଦାକୁ ଛେଚି, ଏଥିରେ ସାମାନ୍ୟ ଗୋଲମରିଚ, ଅଳ୍ପ ହେଙ୍ଗୁ ମିଶାଇ ପେଷି ଦିଅନ୍ତୁ। ଖାଦ୍ୟ ଖାଇବା ପରେ ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ।
ହଳଦୀ –
ହଳଦୀ ପେଟର ସମସ୍ତ ସମସ୍ୟା ଦୂର କରିଥାଏ। ଏକ ଚାମଚ ହଳଦୀରେ ୨ ଚାମଚ ମହୁ ମିଶାଇ ନିୟମିତ ପିଅନ୍ତୁ।
ଏହି ସମସ୍ତ ଉପାୟ ପେଟର ଗ୍ୟାସଟିକ, ଏସିଡ଼ିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories